ଘଣ୍ଟାଏ କାଳ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିବା ଯୁବକଙ୍କୁ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଅସିଫ୍‌ ଖାଁ ଆପୋଲୋ ହସ୍‌ପିଟାଲ୍‌ରୁ ବାହାରି ଆସିବା ବେଳେ ଅନେକେ ଭାବିଥିବେ ମଲା ମଣିଷ ଚାଲୁଛି। ୧୨ ଦିନ ତଳେ ୨୨ ବର୍ଷିୟ ଆଲିଗଡ଼ର ଇଞ୍ଜିନିୟରଙ୍କର ହୋଇଥିଲା ସାଙ୍ଘାତିକ ହୃଦ୍‌ଘାତ। ଫଳତଃ ତାଙ୍କ ହୃତ୍‌ପିଣ୍ଡି ପ୍ରାୟ ଘଣ୍ଟାଏ କାଳ ବନ୍ଦ ହୋଇ ଯାଇଥିଲା।

ଡାକ୍ତରୀ କିମିଆ ପୁଣି ଅସିଫଙ୍କୁ ଭାଗ୍ୟ ବଳରେ ପୁଣି ଚଳନକ୍ଷମ କରାଇ ପାରିଛନ୍ତି ବୋଲି କୁହାଯାଉଛି। ଅସିଫ୍‌ଙ୍କ ଛାତିରେ ତୀବ୍ର ଯନ୍ତ୍ରଣା ହେଉଥିଲା, ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାବେଳେ ହିଁ ହୃଦ୍‌ଘାତ ହୋଇଥିଲା। ସେ ପଡ଼ିଯିବା ପରେ ଟ୍ରମା ସ୍ପେସାଲିଷ୍ଟ୍‍ମାନେ ସିପିଆର୍‌ ସହାୟତାରେ ତାଙ୍କ ଶରୀରରେ ରକ୍ତସଞ୍ଚାଳନ ଚାଲୁ ରଖିବା ସହ ଡେଫିବ୍ରିଲେଟର୍‌ ସହାୟତାରେ ହୃଦ୍‌ କମ୍ପନ କରାଉଥିଲେ।

ଏମିତି ପ୍ରାୟ ଘଣ୍ଟାଏ ପରେ ତାଙ୍କର ହୃତ୍‌ପିଣ୍ଡ୍‌ ପୁଣି କାର୍ଯ୍ୟକ୍ଷମ ହୋଇ ଉଠିଲା। ଧମନୀରେ ରକ୍ତ କେଉଁ ଜାଗାରେ ରକ୍ତ ଜମାଟ ବାନ୍ଧିଛି ତାହା ଜାଣିବାକୁ ତାଙ୍କୁ ହୁଇଲ୍‌ ଚେୟାର୍‌ରେ ବସାଇ ଏଞ୍ଜିଓଗ୍ରାମ୍‌ କରିବାକୁ ପରୀକ୍ଷାଗାରକୁ ନେବା ବେଳେ ପୁଣି ଥରେ ହୃଦ୍‌ଘାତ ହୋଇଥିଲା। ଏଥର ଆଞ୍ଜିଓଗ୍ରାମ୍‌ କରି ଜମାଟ ବାନ୍ଧିଥିବା ରକ୍ତ ଟେଳା କାଢ଼ି ଷ୍ଟେଣ୍ଟ୍‌ ଲଗାଇବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା।

ସମ୍ବନ୍ଧିତ ଖବର