ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରି କଶ୍ମୀର ସମସ୍ୟା ସମାଧାନ କରିବାକୁ ଇମ୍ରାନ ଖାଁଙ୍କୁ କହିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ କଶ୍ମୀର ସମସ୍ୟାର ସମାଧାନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଇସ୍‌ଲାମାବାଦକୁ କହିଛନ୍ତି।

ଶୁକ୍ରବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ର ବୈଠକ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଫୋନ୍‌ କରିଥିଲେ। ହ୍ଵାଇଟ୍‌ ହାଉସ୍‌ ଡେପୁଟି ପ୍ରେସ୍‌ ସେକ୍ରେଟେରି ହୋଗାନ୍‌ ଜିଡ୍‌ଲି ଦେଇଥିବା ବିବୃତିରେ ଉଲ୍ଲେଖ ଅଛି: ଜମ୍ମୁ ଓ କଶ୍ମୀରର ପରିସ୍ଥିତି କଥାରେ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରାଇବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

Image Source: Livemint

ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗାଲ୍‌ଙ୍କ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ଚାନେଲ୍‌ ସହ ସାକ୍ଷାତ୍‌କାରରେ ଦର୍ଶାଇଥିଲେ ଯେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ତାଙ୍କର ମଧ୍ୟସ୍ଥତା ପ୍ରସ୍ତାବ ଉଭୟ ପାକିସ୍ତାନ ଓ ଭାରତ ଉପରେ ନିର୍ଭର କରେ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ସ୍ପଷ୍ଟ କରିଥିଲେ। ଯେହେତୁ ଭାରତ ମଧ୍ୟସ୍ଥତା ପ୍ରସ୍ତାବ ଗ୍ରହଣ କଲା ନାହିଁ, ଟ୍ରମ୍ପ୍‌ ସ୍ପଷ୍ଟ କରିଦେଲେ ଯେ ତାହା ଆଉ ଆଲୋଚ୍ୟ ପ୍ରସଙ୍ଗ ନୁହେଁ।

ସମ୍ବନ୍ଧିତ ଖବର