ଦେଶର ସ୍ୱାର୍ଥ ଦୃଷ୍ଟିରୁ ପ୍ରବାସୀ ଶ୍ରମଜୀବୀମାନେ ଗାଁକୁ ଯାଆନ୍ତୁ ନାହିଁ: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣି ଥରେ ପ୍ରବାସୀ ଶ୍ରମଜୀବୀମାନଙ୍କୁ ନିବେଦନ କରିଛନ୍ତି ଯେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ସେମାନେ ନିଜର ଜନ୍ମମାଟିକୁ ଫେରନ୍ତୁ ନାହିଁ । ଦିଲ୍ଲୀ ସହରର ସୀମା ଅତିକ୍ରମ କରି ସେମାନେ ପଡ଼ୋଶୀ ଉତ୍ତରପ୍ରଦେଶ ଏବଂ ହରିୟାଣା ରାଜ୍ୟକୁ ପ୍ରବେଶ କଲେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ ପାଇଁ ଘୋଷିତ ତିନି ସପ୍ତାହ ଲକଡାଉନର କୌଣସି ଅର୍ଥ ରହିବ ନାହିଁ ବୋଲି ସେ କହିଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ କି ଉତ୍ତର ପ୍ରଦେଶର କୌଶାମ୍ବୀକୁ ଫେରିଯିବା ନିମନ୍ତେ ଆନନ୍ଦବିହାର ବସ୍ ଟର୍ମିନାଲରେ ହଜାର ହଜାର ଶ୍ରମିକ ମେଳ ହୋଇଛନ୍ତି ।

Image Source: India Today

ହିନ୍ଦୀ ଭାଷାରେ ଟୁଇଟ୍ କରି କେଜ୍ରିୱାଲ୍ ପ୍ରବାସୀ ଶ୍ରମଜୀବୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ରାଜଧାନୀରେ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦିଆଯିବ । ଗାଁକୁ ଯିବା ନିମନ୍ତେ କେତେକ ଲୋକ ଉଚ୍ଛନ୍ନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗାଁକୁ ନ ଯିବା ପାଇଁ ମୁଁ ମଧ୍ୟ ତୁମ ସମସ୍ତଙ୍କୁ ନିବେଦନ କରୁଛି । ଯେଉଁଠି ଅଛ, ସେଇଠି ଥାଅ ।

ଏତେ ସଂଖ୍ୟାରେ ଜନସମାଗମ ହେଲେ କରୋନଭାଇରସ୍ ସଂକ୍ରମଣ ଆଶଙ୍କା ବଢ଼ିଯିବ । ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଯିବ । ଏହାପରେ ମହାମାରୀକୁ ରୋକିବା ଦେଶ ପାଇଁ କଠିନ ହୋଇଯିବ ।

ଶନିବାର ଦିନ ମଧ୍ୟ ପ୍ରବାସୀ ଶ୍ରମଜୀବୀଙ୍କୁ ଗାଁକୁ ଫେରି ନ ଯିବାକୁ କେଜ୍ରିୱାଲ୍ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର