ଡିଆରଡିଓ ଆଣିଲା ୧,୮୬୦୦୦ ଟଙ୍କାର ଛାତ୍ରବୃତ୍ତି, ଏମାନେ ଉଠାଇପାରିବେ ଲାଭ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ଆଣିଲା ଛାତ୍ରବୃତ୍ତି। ଝିଅମାନଙ୍କୁ ପାଠ ପଢ଼ିବା ନେଇ ଉତ୍ସାହିତ କରିବା ପାଇଁ ୧,୮୬୦୦୦ ଟଙ୍କାର ଛାତ୍ରବୃତ୍ତି ଦେବାକୁ ଘୋଷଣା କଲା ଡିଆରଡିଓ। ସ୍ନାତକ ଏବଂ ସ୍ନାତକୋତ୍ତରସ୍ତରର ଛାତ୍ରୀମାନଙ୍କ ପାଇଁ ଡିଆରଡିଓ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛି। ଏହି ଛାତ୍ରବୃତ୍ତି ଏରୋନେଟିକ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏହାର ଲାଭ ଉଠାଇବା ପାଇଁ…

୧. ଏରୋସ୍ପେସ୍ ଇଞ୍ଜିନିୟରିଂ, ଏରୋନଟିକାଲ୍ ଇଞ୍ଜିନିୟରିଂ, ଆଭିଏନିକ୍ସ, ଏୟାରକ୍ରାପ୍ଟ ଇଞ୍ଜିନିୟରିଂ, ସ୍ପେସ୍ ଇଞ୍ଜିନିୟରିଂ ଏବଂ ରକେଟ୍ରିରେ ବିଇ/ ଏମଇ, ବି.ଟେକ୍ / ଏମ.ଟେକ୍ କିମ୍ବା ବିଏସସି / ଏମଏସସି ପ୍ରଥମ ବର୍ଷ ଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

୨. ଛାତ୍ରୀମାନେ ଯେକୌସି ସରକାରୀ/ ସ୍ୱୟଂଶାସିତ / ୟୁଜିସି କିମ୍ବା ଏଆଇସିଟିଇ ଅନୁମୋଦିତ କଲେଜରେ ପାଠ ପଢ଼ିଥିବା ଜରୁରୀ। ଏହା ସହ ଭାରତୀୟ ନାଗରିକ ହେବା ଜରୁରୀ।

୩. ସ୍ନାତକ ପାଇଁ ୨୦ ଏବଂ ସ୍ନାତକୋତ୍ତର ଛାତ୍ରୀମାନଙ୍କ ପାଇଁ ସମୁଦାୟ ୩୦ଟି ଛାତ୍ରବୃତ୍ତି ପ୍ରଦାନ କରାଯିବ।

୪. ସ୍ନାତକ ଛାତ୍ରୀମାନେ ବର୍ଷକୁ ୧,୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଏବଂ ସ୍ନାତକୋତ୍ତର ଛାତ୍ରୀମାନେ ବର୍ଷକୁ ୧,୮୬,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ।

୫.ସ୍ନାତକୋତ୍ତର ଛାତ୍ରୀମାନେ, ଯେଉଁମାନେ ସ୍ନାତକରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବେ ଏବଂ ତାଙ୍କ ପାଖରେ ଏକ ବୈଧ ଗେଟ୍ ସ୍କୋର ଥିବ ସେମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

୬. ଅନଲାଇନ୍ ଆବେଦନଗୁଡିକ ଆରଏସିବିର ଅଫିସିଆଲ୍ ୱେବସାଇଟରେ ଦାଖଲ କରାଯାଇପାରିବ।

୭. ଆବେଦନ କରିବା ସମୟରେ ଆବଶ୍ୟକ ପ୍ରମାଣପତ୍ର ଏବଂ ଗ୍ରେଡ୍ କାର୍ଡ ଦାଖଲ କରିବାକୁ ପଡିବ।

୮. ଛାତ୍ରୀମାନେ ଆବେଦନ କରିବା ପୂର୍ବରୁ ଅଧିକ ସୂଚନା ପାଇଁ ଆରଏସିର ଅଫିସିଆଲ୍ ୱେବସାଇଟ(https://rac.gov.in/index.php?lang=en&id=0)କୁ ଯାଇ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର