ମହୀଶୂର ପ୍ୟାଲେସରେ ପ୍ରସିଦ୍ଧ ବିଜୟା ଦଶମୀ ଉତ୍ସବ ବାତିଲ, କାହିଁକି ଜାଣନ୍ତୁ

ମହୀଶୂର : ମହୀଶୂରର ବିଶ୍ୱ ପ୍ରସିଦ୍ଧ ଦଶହରା ବା ବିଜୟାଦଶମୀ ଉତ୍ସବରେ ଏବର୍ଷ ଭଟ୍ଟା ପଡିଯାଇଛି । ମହୀଶୂର ରାଜପ୍ରାସାଦରେ ଅନୁଷ୍ଠିତ ଏହି ବିଜୟା ଦଶମୀ ଉତ୍ସବ ଏ ବର୍ଷ ପାଇଁ ବାତିଲ କରିଦିଆଯାଇଛି । ମହୀଶୂରର ଓ୍ଵାଡେୟାର ରାଜପରିବାର ଜଣେ ସଦସ୍ୟାଙ୍କ ରାଣୀ ପ୍ରମୋଦା ଦେବୀ ଓ୍ଵାଡେୟାରଙ୍କ ମାତା ପଟ୍ଟା ଚିନ୍ନାମଣୀଙ୍କ ମୃତ୍ୟୁ ହେବା ଫଳରେ ଏହି ଉତ୍ସବକୁ ବାତିଲ କରିଦିଆଯାଇଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ତେବେ ମହୀଶୂରର ରାଜକୀୟ ଦଶହରାର ଏକ ଅଂଶ ହାତୀ ଶୋଭାଯାତ୍ରା ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ଚାଲିବ । କାରଣ ଏହା ପୂର୍ବରୁ ରାଜପରିବାର ପରିଚାଳନା କରୁଥିବାବେଳେ ଏବେ ତାହାକୁ କର୍ଣ୍ଣାଟକ ସରକାର ପରିଚାଳନା କରୁଛନ୍ତି । ଏଣୁ ମହୀଶୂର ସହରରେ ଆଜି ଏହା ଶୋଭାଯାତ୍ରା ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୃତ୍ୟୁ ବେଳକୁ ପୁଟ୍ଟା ଚିନ୍ନାମଣୀଙ୍କ ବୟସ ୯୮ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ମହୀଶୂରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର