ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଜାକାର୍ତ୍ତା : ଆଜି ପୂର୍ବ ଇଣ୍ଡୋନେସିଆର ଉତ୍ତର ମାଲୁକୁ ଦ୍ୱୀପରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିଚର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ଥିବା ଜଣାଯାଇଛି । ତେବେ ଏଥିପାଇଁ ସୁନାମୀ ସତର୍କତା ଜାରି କରାଯାଇନାହିଁ ।
ଆମେରିକୀୟ ଭୂବିଜ୍ଞାନ ସର୍ଭେ ସଂସ୍ଥା ସୁତ୍ରରୁ ଜଣାପଡିଛି ଯେ ଏହି ଭୂମିକମ୍ପଟି ଆଜି ପୂର୍ବ ଇଣ୍ଡୋନେସିଆର ଉପକୂଳ ଟାଉନ ଟର୍ନେଟ ଠାରୁ ୧୫୦ କିଲୋମିଟର ଉତ୍ତରପଶ୍ଚିମ ଦିଗରେ ହୋଇଥିଲା । ଏହାର ଗଭୀରତା ୩୭ କିଲୋମିଟର ରହିଛି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି, ତେବେ ଏଥିରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇନାହିଁ ।

ଇଣ୍ଡୋନେସିଆରେ ନିୟମିତ ବ୍ୟବଧାନରେ ଭୂମିକମ୍ପ ହୋଇଥାଏ । ପୂର୍ବରୁ ଗତ ଫେବ୍ରୁଆରୀ ୨ରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ମଧ୍ୟ ୬.୧ ଥିଲା ଗତ ଡିସେମ୍ବର ୩ୟ ସପ୍ତାହରେ ଇଣ୍ଡୋନେସିଅ ହୋଇଥିବା ଆଗ୍ନେୟ ଉଦଗୀରଣ ଓ ତା ପରେ ଆସିଥିବା ସୁନାମୀ ଫଳରେ ୪୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଏହା ସହିତ ୮୪୩ ଜଣ ଆହତ ହୋଇଥିଲେ । କେବଳ ଗତ ୨୦୧୮ରେ ଏହି ଦେଶର ପ୍ରାୟ ୧୧,୫୫୭ ଟି ଭୂମିକମ୍ପ ହୋଇଥିଲା ଓ ଏହା ମଧ୍ୟରୁ ୨୯୭ଟିର ତୀବ୍ରତା ରିଚର ସ୍କେଲରେ ୫ ବା ତାଠାରୁ ଅଧିକ ଥିଲା ।

ସମ୍ବନ୍ଧିତ ଖବର