ଜମ୍ମୁ ଓ କଶ୍ମୀରରେ ୪. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀର ନିକଟବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪. ୬। କିନ୍ତୁ, ଏହାର ପ୍ରଭାବରେ କେହି ମୃତାହତ କିଂବା ସମ୍ପତ୍ତିବାଡ଼ି ନଷ୍ଟ ହୋଇଥିବାର ଖବର ମିଳିନାହିଁ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହନ୍ତି: ସକାଳ ୮. ୦୯ରେ କମ୍ପନ ଅନୁଭୂତ ହୋଇଥିଲା। ଉତ୍ତର ଅକ୍ଷାଂଶ ୩୬. ୭ ଏବଂ ପୂର୍ବ ଦ୍ରାଘିମା ୭୪. ୫ ମଧ୍ୟରେ ଭୂକମ୍ପନ ସଂଘଠିତ ହୋଇଥିଲା। ଭୂଗର୍ଭର ୧୦୬ କି. ମି. ଅଭ୍ୟନ୍ତରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ।

ଅକ୍ଷାଂଶ ଓ ଦ୍ରାଘିମା ହିସାବକୁ ନେଲେ ଭୂମିକମ୍ପ ସିଧାସଳକ କାରାକୋରମ ପର୍ବତମାଳାର ଖୁଞ୍ଜେରବ୍‌ ନିକଟବର୍ତ୍ତୀ ଗିଲ୍‌ଗିଲ୍‌ରେ ଅନୁଭୂତ ହୋଇଥିଲା।

ଅତୀତରେ ମଧ୍ୟ ଭୂକମ୍ପନ ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା।

ଅକ୍ଟୋବର ୮ ତାରିଖ, ୨୦୦୫ ମସିହାରେ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ଭୂକମ୍ପନ ହେବାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର