କୋଲକାତାରେ ଚାଲିଥିବା ନକଲି ଟିକାକରଣ କେନ୍ଦ୍ର ବାବଦରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: କୋଲକାତାରେ ଚାଲିଥିବା ନକଲି କରୋନା ଟିକାକରଣ ଶିବିର ବାବଦରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର ଇଡି କିଭଳି ନକଲି ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା, ସେ ବାବଦରେ ଯାଞ୍ଚ କରିବ | ବର୍ତ୍ତମାନ କୋଲକାତା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏହି ମାମଲାର ଯାଞ୍ଚ କରୁଛନ୍ତି। ଏସଆଇଟି ନକଲି ଆଇଏଏସ୍ ଅଧିକାରୀ ଦେବଞ୍ଜନ ଦେବଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି । ଦେବଞ୍ଜନ ଦେବ ଏହି ଜାଲିଆତିର ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବାବେଳେ ଇଡି ଏହି ମାମଲାରେ ଏକ ଏନଫୋର୍ସମେଣ୍ଟ କେସ୍ ସୂଚନା ରିପୋର୍ଟ (ECIR) ଦାଖଲ କରିଛି। ମନି ଲଣ୍ଡରିଂ ଦିଗରୁ ମଧ୍ୟ ଇଡି ଯାଞ୍ଚ କରିବ।

କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ମିଳିତ କମିଶନର ଭାବରେ ନିଜକୁ ପରିଚୟ ଦେବା ସହ ସହରର ବିଭିନ୍ନ ସ୍ଥାନରେ ନକଲି ଟିକାକରଣ ଶିବିର ସ୍ଥାପନ କରିଥିବାରୁ ଦେବଞ୍ଜନଙ୍କୁ ଜୁନ୍ ମାସରେ ଗିରଫ କରାଯାଇଥିଲା। ଆଉ ଯାଞ୍ଚ ବେଳେ ତାଙ୍କର ୮ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୁଲିସ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସହିତ ସହିତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛି। ସୂଚନ ଥାଉ କି ଗୁରୁବାର ଦିନ ପଶ୍ଚିମବଙ୍ଗରେ ୯୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ |

ଯାହା ପରେ ସମୁଦାୟ ସଂକ୍ରମଣର ସଂଖ୍ୟା ୧୫,୦୯,୨୧୮ କୁ ବୃଦ୍ଧି ପାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ କୋଭିଡ -୧୯ ଯୋଗୁଁ ୧୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା | ଆଉ ଏହି ସଂଖ୍ୟାକୁ ମିଶାଇ ମୃତକଙ୍କ ସଂଖ୍ୟା ଘଟି ୧୭,୮୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର