ଆଜି ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚୁରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: କଳାଟଙ୍କା ଧଳା କରିଥିବା ମାମଲାରେ ଗୁରୁବାର ଦିନ ପୁଣି ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପଚରାଉଚୁରା କରିବ। ବୁଧବାର ଦିନ ପ୍ରଥମ ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପ୍ରାୟ ଛଅଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରି ଥିଲା।

ଗୁରୁବାର ୧୦: ୩୦ ମିନିଟ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ଭଦ୍ରାଙ୍କୁ କୁହାଯାଇଛି।

ବୁଧବାର ଅପରାହ୍ଣ ୩: ୪୫ ମିନିଟ୍‌ରେ ଭଦ୍ରା ପ୍ରବର୍ତ୍ତନ ନିର୍ଦେଶାଳୟର ଜାମନଗର ହାଉସ୍‌ରେ ହାଜର ହୋଇଥିଲେ ଏବଂ ସେଠାରୁ ୯: ୩୫ ମିନିଟ୍‌ରେ ଫେରିଥିଲେ।

ପ୍ରଥମ ଥର ଲାଗି ତଦନ୍ତକାରୀ ଏଜେନ୍‌ସିଙ୍କ ପ୍ରଶ୍ନାବଳୀର ସମ୍ମୁଖୀନ ହୋଇଥିବା ଭଦ୍ରାଙ୍କୁ ପତ୍ନୀ ପ୍ରିୟଙ୍କା ପ୍ରବର୍ତ୍ତନ ନିର୍ଦେଶାଳୟକୁ ଛାଡ଼ିବାକୁ ଯାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କ କହିବାନୁସାରେ, ତାଙ୍କୁ ଅର୍ଥକାରବାର, ଲଣ୍ଡନରେ କେତେକ ସ୍ଥାବର ସମ୍ପତ୍ତି କିଣା ଓ ମାଲିକାନାକୁ ନେବା ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ।

ବିଦେଶରେ ରବର୍ଟ ଭଦ୍ରାଙ୍କ ନାମରେ ୧. ୯ ମିଲିୟନ୍‌ ପାଉଣ୍ଡ୍‌ର ଗୁପ୍ତ ସମ୍ପତ୍ତି ଥିବା ସଂକ୍ରାନ୍ତରେ ଇଡି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର