ଭୁବନେଶ୍ବରରେ ବିକ୍ରିହୋଇଛି ୩ କୋଟି ଟଙ୍କାର ଇଲେକ୍‌ଟୋରାଲ୍‌ ବଣ୍ଡ୍

ନୂଆଦିଲ୍ଲୀ: ଭୁବନେଶ୍ବର ଏସ୍‌ବିଆଇ ମୁଖ୍ୟ ଶାଖାରେ ବିକ୍ରି ହୋଇଛି ୩ କୋଟି ଟଙ୍କାର ଇଲେକ୍‌ଟୋରାଲ୍‌ ବଣ୍ଡ୍ଏ। ପ୍ରିଲ ୧, ୨୦୨୨ ରୁ ଏପ୍ରିଲ ୧୦, ୨୦୨୨ ମଧ୍ୟରେ ଏହା ବିକ୍ରି ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ଦେଶର ୨୯ଟି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ନିର୍ବାଚନୀ ବଣ୍ଡ୍ ବିକ୍ରି ପାଇଁ ଚଳିତ ବର୍ଷ ମାର୍ଚରେ ଘୋଷଣା କରାଯାଇଥିଲା।

ସୂଚନା ଅଧିକାର ଆଇନରେ କମୋଡର୍‌ ଲୋକେଶ କେ ବାତ୍ରାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବର ସମେତ ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଓ ନୂଆଦିଲ୍ଲୀସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାମାନଙ୍କରେ ମୋଟ ୬୪୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରିହୋଇଛି। ସର୍ବାଧିକ ୪୨୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ହାଇଦ୍ରାବାଦ ଏସ୍‌ବିଆଇ ମୁଖ୍ୟ ଶାଖାରେ ବିକ୍ରି ହୋଇଥିବାବେଳେ ସର୍ବନିମ୍ନ ୩ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ଭୁବନେଶ୍ବର ଏସ୍‌ବିଆଇ ମୁଖ୍ୟ ଶାଖାରେ ବିକ୍ରି ହୋଇଛି। ନିର୍ବାଚନୀ ବଣ୍ଡ୍ ଯୋଗ୍ୟ ରାଜନୈତିକ ଦଳମାନଙ୍କ ଆକାଉଣ୍ଟ୍‌ରେ ଜମା କରାଯାଇଥାଏ ଓ ଜମା ଦିନ ହିଁ ଏହା ଆକାଉଣ୍ଟ୍‌ରେ କ୍ରେଡିଟ ହୋଇଥାଏ।

ସମ୍ବନ୍ଧିତ ଖବର