କର୍ମଚାରୀମାନେ କରୋନା ଟିକା ନନେବାରୁ ସିଲ ହେଲା ୧୫ଟି ସୋ’ରୁମ

ଇନ୍ଦୋର: ମଧ୍ୟପ୍ରଦେଶରେ ୧୫ଟି ଶିଳ୍ପ ପ୍ରତିଷ୍ଠାନକୁ ସିଲ୍ କରି ଦିଆଯାଇଛି। । ସିଲ୍ ହୋଇଥିବା ୟୁନିଟ୍ ଗୁଡିକରେ ଦୋକାନ ଏବଂ ସୋ’ରୁମ୍ ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି।

ଏହି ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀମାନେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇ ନଥିଲେ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ । ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଲୋକମାନଙ୍କୁ ବାରମ୍ବାର କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ସୋମବାର ଦିନ ଇନ୍ଦୋରରେ ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରରେ ମୋଟ ୧୫ଟି ୟୁନିଟ୍ ସିଲ୍ କରାଯାଇଛି । ଅଧିକାରୀ କହିଛନ୍ତି ଯେ ଏହି ପ୍ରତିଷ୍ଠାନଗୁଡିକର କର୍ମଚାରୀମାନେ ନିର୍ଧାରିତ ସମୟ ମଧ୍ୟରେ ଆଣ୍ଟି-କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି।  କର୍ମଚାରୀମାନେ ଦ୍ୱିତୀୟ ଡୋଜ ନେବା ପରେ ଏବଂ ସେମାନଙ୍କ ସାର୍ଟିଫିକେଟ୍ ଜମା ହେବା ପରେ ହିଁ ପ୍ରତିଷ୍ଠା-ସୋ’ରୁମ୍ ଖୋଲିବାକୁ ଅନୁମତି ଦିଆଯିବ ।

 

ସମ୍ବନ୍ଧିତ ଖବର