ଏହି କାରଣରୁ ହେଲମେଟ ପିନ୍ଧି ବିଦ୍ୟୁତ ବିଭାଗ କର୍ମଚାରୀ କରୁଛନ୍ତି କାମ

ନୂଆଦିଲ୍ଲୀ: ବାଗପତ ଜିଲ୍ଲାର ବିଦ୍ୟୁତ ବିଭାଗରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଦୃଶ୍ୟ ସ‌ାମ୍ନାକୁ ଆସିଛି। ଏଠାରେ ଥିବା କର୍ମଚାରୀମାନେ ହେଲମେଟ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ କହିଛନ୍ତି କି, ଏହି ବିଭାଗର ଛାତ ଉପରୁ ଅନେକ ସମୟରେ ପ୍ଲାଷ୍ଟର ଖସିଥାଏ। ଏହି ପ୍ଲାଷ୍ଟର ଖସିବା ହେତୁ ଅନେକ କର୍ମଚାରୀମାନେ ପୂର୍ବରୁ ଆହତ ହୋଇଛନ୍ତି। ସେମାନଙ୍କ ଜୀବନ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛି।

ସେଥିପାଇଁ କାମ କରିବାକୁ ପ୍ରତିଦିନ ଏହି ବିଭାଗ ଭିତରେ ପଶିଲେ ପ୍ଲାଷ୍ଟର ଛାତ ଉପରୁ ଖସିବା ଭୟ ରହିଥାଏ। ତେଣୁ ଏଠାରେ କାମ କରୁଥିବା ପାଖ‌ାପାଖି ୪୫ଜଣ କର୍ମଚାରୀ ନିଜ ଜୀବନକୁ ବଞ୍ଚାଇବା ପାଇଁ ହେଲମେଟ ପିନ୍ଧି ବିଭାଗ ଭିତରକୁ ପ୍ରବେଶ କରି ଥାଆନ୍ତି।

ବିଭାଗର ଏଭଳି ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ତେଣୁ କର୍ମଚାରୀମାନେ ନିଜର ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧି କାମ କରିବାକୁ ବାଧ୍ୟ ହେଉଛନ୍ତି। ଦିନସାରା ହେଲମେଟ ପିନ୍ଧି କାମ କରୁଥିବା ବେଳେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତଥାପି ହେଲମେଟ ଖୋଲିବାକୁ ଭୟ ଲାଗିଥ‌ାଏ। କାରଣ ଏହି ଛାତ ଉପରୁ କେତେବେଳେ ଯେ ପ୍ଲାଷ୍ଟର ଖସିବ ତାହା କେହି କହି ପାରିବେ ନାହିଁ।

ସମ୍ବନ୍ଧିତ ଖବର