ସଂକଟରେ ଭାରତର ଆଉ ଏକ ପଡ଼ୋଶୀ ଦେଶ

ନୂଆଦିଲ୍ଲୀ : ବର୍ତମାନ ବିଶ୍ୱର ଅନେକ ଦେଶ ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ଭାରତର ସହଯୋଗୀ ଭୁଟାନ ଓ ବାଂଲାଦେଶ ବ୍ୟତୀତ ଭାରତୀୟ ଉପମହାଦେଶର ଅଧିକାଂଶ ଦେଶର ଅର୍ଥନୈତିକ ସ୍ଥିତି ଖରାପ ହେବା ସହ ଏହା ରାଜନୈତିକ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। ନେପାଳରେ ମଧ୍ୟ ସ୍ଥିତି ଭଲ ନାହିଁ। ମେ ୨୮, ୨୦୦୮ରେ ନବନିର୍ବାଚିତ ସମ୍ବିଧାନ ସଭା ନେପାଳକୁ ଏକ ସଂଘୀୟ ଗଣତାନ୍ତ୍ରିକ ଗଣତନ୍ତ୍ର ଘୋଷଣା କରିଥିଲା ଏବଂ ସେବେଠାରୁ ୧୧ଟି ଭିନ୍ନ ଭିନ୍ନ ସରକାର ଗଠନ ହୋଇଛି । ସ୍ଥିତି ହେଉଛି ନେପାଳର ଭବିଷ୍ୟତ ଏବେ ଭାରତ ଉପରେ କେନ୍ଦ୍ରୀଭୂତ ହେଉଛି ।

ନେପାଳରେ ଆର୍ଥିକ ସଂକଟ ଚାଲିଥିବାବେଳେ ଏବେ ରାଜନୈତିକ ସଂକଟ ଦେଖାଦେଇଛି । ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ନେପାଳର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ ସିପିଏନ-ୟୁଏମଏଲ । ରାଷ୍ଟ୍ରପତି ନିର୍ବାଚନକୁ ନେଇ ମତଭେଦ ଦେଖାଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ ନେପାଳରେ ପୁଣି ଥରେ ବିଜୁଳି ସଙ୍କଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ୟୁଏମଏଲର ୭୯ ଜଣ ସାଂସଦ ଅଛନ୍ତି। ନେପାଳରେ ସିପିଏନ୍ (ମାଓବାଦୀ କେନ୍ଦ୍ର), ସିପିଏନ (ୟୁନିଫାଏଡ୍ ସୋଶାଲିଷ୍ଟ) ଏବଂ ରାଷ୍ଟ୍ରୀୟ ସ୍ୱାଧୀନ ପାର୍ଟିର ଯଥାକ୍ରମେ ୩୨, ୧୦ ଓ ୨୦ ଜଣ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର