ଇସ୍ରାଏଲ ନିର୍ବାଚନ:ପୁଣି ନେତନ୍ୟାହୁ ବିଜୟୀ

ଜେରୁଜେଲମ: ଇସ୍ରାଏଲ ନିର୍ବାଚନରେ ବେଞ୍ଜାମିନ ନେତନ୍ୟାହୁଙ୍କ ଦଳ ବହୁମତ ହାସଲ କରିଛି। ଫଳରେ ନେତନ୍ୟାହୁ ପୁଣି ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି ହୋଇଛି। ମଙ୍ଗଳବାର ହୋଇଥିବା ନିର୍ବାଚନରେ ମୋଟ ୧୨୦ ଆସନ ମଧ୍ୟରୁ ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ୬୫ ଆସନରେ ଜୟଲାଭ କରିଥିବା ଜଣାପଡ଼ିଛି। ପୂର୍ବ ସରକାର ଅପେକ୍ଷା ଚଳିତ ନିର୍ବାଚନରେ ନେତନ୍ୟାହୁଙ୍କ ଦଳ ଅଧିକ ୪ଟି ଆସନ ପାଇଥିବା ଜଣାପଡିଛି। ତାଙ୍କର ବିପକ୍ଷ ଦଳ ମାତ୍ର ୩୫ଟି ଆସନ ପାଇଥିବା ଜଣାପଡିଛି। ମିଳିତ ସରକାରରେ ୬୯ବର୍ଷୀୟ ନେତନ୍ୟାହୁ ପୁଣି ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପଥ ପରିସ୍କାର ହୋଇଯାଇଛି। ନେତନ୍ୟାହୁ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଜୁଲାଇ ମାସ ବେଳକୁ ସେ ଇସ୍ରାଏଲର ସବୁଠୁ ଦୀର୍ଘକାଳର ପ୍ରଧାନମନ୍ତ୍ରୀ ହେବେ। ଇସ୍ରାଏଲର ପ୍ରତିଷ୍ଠାତା ଡାଭିଡ ବେନ-ଗୁରିଅନଙ୍କ ପରେ ନେତନ୍ୟାହୁ ଏହି ସମ୍ମାନର ଅଧିକାରୀ ହେବେ।

ସମ୍ବନ୍ଧିତ ଖବର