ଭାରତର ନୂତନ ନିର୍ବାଚନ କମିସନର୍‌ ଭାବେ ଦାୟିତ୍ବ ଗ୍ରହଣ କଲେ ପୂର୍ବତନ ‘ଆଇଏଏସ୍‌’ ଅଧିକାରୀ ଅରୁଣ ଗୋଏଲ୍‌

ନୂଆଦିଲ୍ଲୀ: ନବ ନିଯୁକ୍ତ ନିର୍ବାଚନ କମିସନର୍‌ ଅରୁଣ ଗୋଏଲ୍‌ ଆଜି ନିର୍ବାଚନ କମିସନ୍‌ କାର୍ଯ୍ୟାଳୟରେ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ପଞ୍ଜାବ କ୍ୟାଡର୍‌ର ପୂର୍ବତନ ‘ଆଇଏଏସ୍‌’ ଅଧିକାରୀ ଅରୁଣ ଗୋଏଲ୍‌ଙ୍କୁ ନିର୍ବାଚନ କମିସନର୍‌ ଭାବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା କଥା ଆଇନ ଓ ନ୍ୟାୟ ମନ୍ତ୍ରୀ ଶନିବାର ଦିନ ସୂଚାଇ ଥିଲେ।

ଉଲ୍ଲେଖଯୋଗ୍ୟ, ୩ ଜଣ କମିସନର୍‌ଙ୍କୁ ନେଇ ଭରତର ନିର୍ବାଚନ କମିସନ୍‌ କାର୍ଯ୍ୟ କରେ। ନିର୍ବାଚନ କମିସନ୍‌ରେ ଗୋଏଲ୍‌ ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର ଏବଂ ନିର୍ବାଚନ କମିସନର୍‌ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ମିଶି କାର୍ଯ୍ୟ କରିବେ। ଡିସେମ୍ବର ୨୦୨୭ରେ ତାଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବ। ଏହାଛଡ଼ା, ସମ୍ପ୍ରତି ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ରାଜୀବ କୁମାରଙ୍କ କାର୍ଯ୍ୟକାଳ ୨୦୨୫ ଫେବ୍ରୁଆରିରେ ଶେଷ‌ ହେଲେ ଗୋଏଲ୍‌ ମୁଖ୍ୟ ନିର୍ବାଚନ କମିସନର୍‌ ହେବେ।

Image Courtesy of Mint

ଶୁକ୍ରବାର ଦିନ ଅରୁଣ ଗୋଏଲ୍‌ ଭାରୀ ଶିଳ୍ପ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ।

ନିୟମାନୁସାରେ, ଜଣେ ବ୍ୟକ୍ତି ୬ ବର୍ଷ ଧରି ଅଥବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିର୍ବାଚନ କମିସନର୍‌ ବା ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ କାର୍ଯ୍ୟ କରି ପାରିବେ।

ଚଳିତ ବର୍ଷ ମେ ମାସରେ ସୁଶୀଳ ଚନ୍ଦ୍ରା ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର