ଏକଜିଟ ପୋଲ୍ : ଆସାମରେ ଫେରିବ ବିଜେପି

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସହ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି ।

ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ ପୋଲ ଅନୁସାରେ ଆସାମରେ ପୁଣି ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ । ରାଜ୍ୟର ମୋଟ ୧୨୬ ଆସନ ମଧ୍ୟରୁ ବିଜେପି ୭୫-୮୫ଟି ଆସନ ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ ୪୦-୫୦ଟି ଆସନ ଜିତିବ  ଓ ଅନ୍ୟମାନେ ୧-୨ ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ଟୁଡେଜ ଚାଣକ୍ୟ ଅନୁସାରେ ବିଜେପି ୬୧-୭୯ଟି ଆସନ ଜିତିବାକୁ ଥିବାବେଳେ କଂଗ୍ରେସ ୪୭-୬୫ଟି ଆସନ ଜିତିବ ଓ ଅନ୍ୟମାନେ ୦-୩ଟି ଆସନ ଜିତିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ଆସାମରେ ତିନିଟି ପର୍ଯ୍ୟାୟରେ ଅର୍ଥାତ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ନିର୍ବାଚନ ହୋଇଥିଲା ।

ସମ୍ବନ୍ଧିତ ଖବର