ବିଜେପିରେ ଯୋଗଦେବେ କଂଗ୍ରେସର ‘ଲଡକି ହୁଁ, ଲଡ ସକତି ହୁଁ’ ଅଭିଯାନର ପୋଷ୍ଟରରେ ନଜର ଆସିଥିବା ମହିଳା !

ଲକ୍ଷ୍ନୌ: ଆଗକୁ ବିଧାନସଭା ନିର୍ବାଚନ। ଏନେଇ ସବୁ ଦଳ ପ୍ରସ୍ତୁତ ହେଉଥିବା ବେଳେ ଏବେ ଦଳ ବଦଳ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏମଧ୍ୟରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ‘ଲଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନର ପୋଷ୍ଟରରେ ନଜର ଆସିଥିବା ଜଣେ ମହିଳା କଂଗ୍ରେସ ପାଇଁ ପ୍ରଚାର କରି ମଧ୍ୟ ଏବେ ବିଜେପି ହାତ ଧରିବାକୁ ଯାଉଥିବା ଜଣାପଡ଼ିଛି। ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଟିକେଟ ନଦେବାରୁ ପ୍ରିୟଙ୍କା ମୌର୍ଯ୍ୟ ଏବେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହାପୂର୍ବରୁ ପ୍ରିୟଙ୍କା ମ‌ୌର୍ଯ୍ୟ କହିଥିଲେ ଯେ, ‘ଲଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ପାଇଁ କଂଗ୍ରେସ ମୋ ଚେହେରା, ମୋ ନାଁ ଏବଂ ମୋର ୧୦ଲକ୍ଷ ସୋସିଆଲ ମିଡିଆ ଫଲୋଓରଙ୍କୁ ବ୍ୟବହାର କରିଥିଲେ। କିନ୍ତୁ ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ଦେବାର ସମୟ ଆସିବା ପରେ ଏହାକୁ ଅନ୍ୟ କାହାକୁ ଦିଆଗଲା। ଏହା ଅନ୍ୟାୟ ଅଟେ। ଏହା ସବୁ ପୂର୍ବ ଯୋଜନା ମୁତାବକ ହୋଇଛି। ମୁଁ ଓବିସି ହୋଇଥିବାରୁ ଏବଂ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ଲାଞ୍ଚ ଦେଇ ପାରି ନଥିବାରୁ ମୋତେ ଟିକେଟ ମିଳିଲା ନାହିଁ।

indiatoday

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ଲକ୍ଷ୍ନୌରେ ଘୋଷଣା କରିଥିଲେ ଯେ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ଟିକେଟ୍ ମହିଳାଙ୍କୁ ଦେବ ବୋଲି କହିଥିବା ବେଳେ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଟିକେଟ ନମିଳିବା ଖବର ଏବେ ନୂଆ ବିବାଦକୁ ଟାଣି ଆଣିଛି।

ସମ୍ବନ୍ଧିତ ଖବର