୨୦ ସୁଦ୍ଧା ଉତ୍ତର ରଖିବାକୁ ଫେସ୍‌ବୁକ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ବିନା ଅନୁମତିରେ ସେମାନଙ୍କ ଡାଟା ଅନ୍ୟକୁ ଦିଆଯାଇଥିବା ସମ୍ପର୍କରେ ଗଣମାଧ୍ୟମରେ ଯେଉଁ ରିପୋର୍ଟମାନ ପ୍ରକାଶ ପାଇଛି ତାହା ଉପରେ ଜୁନ୍‌ ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଭାରତ ସରକାର ଫେସ୍‌ବୁକ୍‌ କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ଉତ୍ତର ମଗାଯାଇଛି। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଫୋନ୍‌ ନିର୍ମାତା ଓ ଅନ୍ୟ ଡିଭାଇସ୍‌ ନିର୍ମାତାମାନଙ୍କୁ ଦେବା ଲାଗି ଫେସ୍‌ବୁକ୍‌ ରାଜିନାମା କରିଛି ବୋଲି ନିକଟରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ବ୍ୟବହାରୀଙ୍କ ସମ୍ମତି ବିନା ଫେସ୍‌ବୁକ୍‌ ଏହି ତଥ୍ୟ ଅନ୍ୟକୁ ଦେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର