ସାରା ଭାରତକୁ ଚାଷୀ ଆନ୍ଦୋଳନ ବ୍ୟାପିବ, ରାଲିରେ ବାହାରିବ ୪୦ଲକ୍ଷ ଟ୍ରାକ୍ଟର: ରାକେଶ ଟିକାୟତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲ କିଲ୍ଲାରେ ହୋଇଥିବା ହିଂସା ପରେ ଚାଷୀ ଆନ୍ଦୋଳନ ବନ୍ଦ ହୋଇଯିବ ବୋଲି ଅନେକ ଭାବୁଥିବା ବେଳେ ଏବେ ଏହା ଆହୁରି ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନସ୍ଥଳ ବଦଳିଥିଲେ ମଧ୍ୟ ବଦଳିନି ଚାଷୀଙ୍କ ଦାବି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ସାରା ଭାରତକୁ ଚାଷୀ ଆନ୍ଦୋଳନ ବ୍ୟାପିବ ବୋଲି କହିଛନ୍ତି ଭାରତୀୟ କିଷାନ ସଂଘ(ବିକେୟୁ)ର ମୁଖ୍ୟ ରାକେଶ ଟିକାୟତ। ପୂର୍ବରୁ ୪ଲକ୍ଷ ଟ୍ରାକ୍ଟର ରାଲିରେ ବାହାରିବ ବୋଲି ଯୋଜନା ଥିବା ବେଳେ ଏବେ ରାଲିରେ ୪୦ଲକ୍ଷ ଟ୍ରାକ୍ଟର ସାମିଲ ହେବ ବୋଲି ରାକେଶ ଟିକାୟତ କହିଛନ୍ତି।

Image result for rakesh tikait
Zee News

ହରିୟାଣାର କିଷାନ ମହାପଞ୍ଚାୟତରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାକେଶ ଟିକାୟତ କହିଛନ୍ତି ଯେ, ସେ ତାଙ୍କ ଜୀବନରେ କୌଣସି ଆନ୍ଦୋଳନର ଅଂଶ ହୋଇନାହାଁନ୍ତି। ବାସ୍ତବରେ ସେ ଦେଶ ଭାଙ୍ଗିବା କାମ କରିଥିଲେ। ସେ ଆନ୍ଦାଳନଜିଭିସ୍ ବିଷୟରେ କ’ଣ ଜାଣିବେ? ଭଗତ ସିଂ, ଏପରିକି ଲାଲକୃଷ୍ଣ ଆଡଭାନୀ ମଧ୍ୟ ଆନ୍ଦୋଳନର ଅଂଶ ହୋଇଥିଲେ। ଆମର ଏହି ଆନ୍ଦୋଳନ ଆଗକୁ ବଢ଼ିବ। ଏବେ ହାତ ଛାଡ଼ିଥିବା ସଂଘ ଆଗକୁ ଆମ ସହ ହାତ ମିଳାଇବେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ତୀବ୍ର କରିବୁ।

ସମ୍ବନ୍ଧିତ ଖବର