ବୋହୂ ସହ ପରକୀୟା ପ୍ରୀତି, ପୁଅକୁ ଶହେ ଗଡ଼ କଲା ବୃଦ୍ଧ ପିତା

ଫରିିଦକୋଟ(ପଞ୍ଜାବ): ନିଜ ବୋହୂ ସହ ପରକୀୟା ସମ୍ପର୍କ ରଖି ଶେଷରେ ତା’କୁ ବାହା ହେବା ନିଶାରେ ଜଣେ ବୃଦ୍ଧ ପିତା ନିଜ ପୁଅକୁ ଶହେ ଗର କରି ହାଣିବା ଘଟଣା ପଞ୍ଜାବର ଫରିଦକୋଟ ଜିଲ୍ଲା ଅନ୍ତର୍ଗତ ଜାଇଟୁ ଉପଖଣ୍ଡ ଡାବ୍ରିଖାନା ଗାଁରେ ଚାଞ୍ଚଲ୍ୟ ଖେଳାଇଦେଇଛି। ପାଖ ପଡ଼ୋଶୀଙ୍କ ସୂଚନାନୁଯାୟୀ, ଗ୍ରାମର ଛୋଟା ସିଂହ(୬୨)ଙ୍କର ପୁଅ ରାଜବିନ୍ଦର ସିଂହ(୪୦) ୧୨ ବର୍ଷ ତଳେ ଯଶବୀର କୌରଙ୍କୁ ବିବାହ କରିଥିଲେ। ଏବେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ଯଶବୀରଙ୍କ ଉପରେ ଶ୍ବଶୁର ଛୋଟା ସିଂହଙ୍କର ଖରାପ ନଜର ରହି ଆସିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ବଚସା ତୀବ୍ର ହୋଇଥିଲା। ପରେ ରାତିରେ ପୁଅ ରାଜବିନ୍ଦର ଶୋଇଥିବା ବେଳେ ଛୋଟା ସିଂହ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରିବା ସହ ଶରୀରକୁ ଶତାଧିକ ଖଣ୍ଡ କରିଦେଇଥିଲା। ମାତ୍ର ଏତିକି ବେଳେ ଛୋଟା ସିଂହର ପୁତୁରା ଗୁରଚରଣ ସିଂହର ନିଦ ଭାଙ୍ଗିଯାଇଥିଲା। ଘର ସାରା ରକ୍ତଛିଟା ପଡ଼ିଥିବା ଦେଖି ସେ ଛୋଟା ସିଂହ ଉପରେ ସନ୍ଦେହ କରି ତା’କୁ କାବୁ କରିନେବା ସହ ପୁଲିସରେ ଦେଇଥିଲା।

ସମ୍ବନ୍ଧିତ ଖବର