କୋଭିଡ୍-୧୯ ନମୁନା ପରୀକ୍ଷା ଲାଗି ଭାରତୀୟ କମ୍ପାନି କାଗଜ-ପଟିରେ ତିଆରି କଲା ପରୀକ୍ଷା କିଟ୍ ‘ଫେଲୁଦା’

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ନମୁନା ପରୀକ୍ଷା ନିମନ୍ତେ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ’ (ସିଏସ୍ଆଇଆର୍) ‘ଫେଲୁଦା’ ନାମକ ଏକ କାଗଜ-ପଟି ତିଆରି କରିଛି। ସତ୍ୟଜିତ୍ ରାୟଙ୍କ କାଳ୍ପନିକ ଗୁଇନ୍ଦା ଚରିତ୍ର ‌‘ଫେଲୁଦା’ ନାମାନୁସାରେ ଏହି ପରୀକ୍ଷା-ପଟିର ନାମକରଣ କରାଯାଇଛି। ଏ ମାସ ଶେଷ ସୁଦ୍ଧା ସ୍ଥଳବିଶେଷରେ ଦ୍ରୁତ ଗଣପରୀକ୍ଷା କରାଇବା ଆଶାରେ ଏହି ପରୀକ୍ଷା-ପଟିର ବ୍ୟାପକ ପ୍ରସାର ଓ ବହୁଳ ବ୍ୟବହାର ନିମନ୍ତେ ‘ସିଏସ୍ଆଇଆର୍’ ‘ଟାଟା ସନ୍ସ’ ସହ ସାମିଲ ହୋଇଛି।

Image Source: News18

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନରେ ଉଦ୍ଭାବିତ ‘ଫେଲୁଦା’ ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତି ଊଣା କରିବା ଏବଂ ଗଣ ପରୀକ୍ଷଣ ସୁବିଧା କରାଇବାକୁ ଉଦ୍ଦେଶ୍ୟରେ ନିର୍ମିତ। ସବୁଠୁ ବଡ଼ କଥା ହେଉଛି ଏହାର ଦାମ କମ୍, ବ୍ୟବହାର ବିଧି ସହଜ।  ଅନ୍ୟ ଏକ କଥା ହେଲା ଏହା ବ୍ୟୟବହୁଳ କ୍ବି-ପିସିଆର୍ ମେସିନ୍ ଉପରେ ନିର୍ଭରଶୀଳ ନୁହେଁ।

‘ଫେଲୁଦା’କୁ ଉଦ୍ଭାବନ କରିଛି ‘ସିଏସ୍‌ଆଇଆର୍’ର ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲଜି’।

 

 

ସମ୍ବନ୍ଧିତ ଖବର