ଫିନଲାଣ୍ଡର ଲୋକ ପୃଥିବୀରେ ସବୁଠୁ ଅଧିକ ଖୁସି, ଭାରତର ସ୍ଥାନ ୧୩୬ରେ

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରର ‘ବାର୍ଷିକ ହେପିନେସ୍ ଇଣ୍ଡେକ୍ସ’ ଅନୁସାରେ ଫିନଲାଣ୍ଡ ଲଗାତାର ପଞ୍ଚମ ବର୍ଷ ପାଇଁ ପୃଥିବୀର ସବୁଠାରୁ ସୁଖୀ ଦେଶର ମାନ୍ୟତା ଲାଭ କରିଛି। ଆଫଗାନିସ୍ତାନ ସୁଖୀ ଦେଶ ତାଲିକାରେ ସବୁଠୁ ପଛରେ ରହିଛି।

ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ଵିଜରଲ୍ୟାଣ୍ଡ ଓ ନେଦରଲାଣ୍ଡ ସୁଖୀ ଦେଶ ତାଲିକାରେ ପ୍ରଥମ ୫ଟି ସ୍ଥାନ ମଧ୍ୟରେ ଅଛନ୍ତି। ଆମେରିକା ୧୬ ଓ ବ୍ରିଟେନ ୧୭ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଭାରତର ସ୍ଥାନ ୧୩୬। ଗତବର୍ଷ ଭାରତର ନମ୍ବର ୧୩୯ ଥିଲା। ଅର୍ଥାତ୍ ଭାରତ ଏହି ତାଲିକାରେ ୩ଟି ସ୍ଥାନ ଆଗକୁ ଯାଇଛି। ଶୁକ୍ରବାର ଜାରି ହୋଇଥିବା ଏହି ତାଲିକା ଅନୁସାରେ ସର୍ବିଆ, ବୁଲଗେରିଆ ଓ ରୋମାନିଆ ଉନ୍ନତ ଜୀବନ ବିତାଇବା ମାମଲାରେ ସବୁଠୁ ଅଧିକ ଉନ୍ନତି କରିଛନ୍ତି। ଅନ୍ୟପକ୍ଷରେ ଏହି ତାଲିକାରେ ସବୁଠୁ ଅଧିକ ଅବନତି ଲେବାନନ, ଭେନେଜୁଏଲା ଓ ଆଫଗାନିସ୍ତାନ କରିଛନ୍ତି।

ଏହି ତାଲିକା ଏବେ ପ୍ରକାଶ କରାଯାଇଛି; କିନ୍ତୁ ଏହି ତାଲିକା ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ସେଥିପାଇଁ ଋଷର ସ୍ଥାନ ୮୦ ଥିବା ବେଳେ ୟୁକ୍ରେନ ୯୮ତମ ସ୍ଥାନରେ ଅଛି। ଏହି ତାଲିକା ପ୍ରସ୍ତୁତ କରିବା ପାଇଁ ଖୁସି ସହିତ ଆର୍ଥିକ ଓ ସାମାଜିକ ପରିସଂଖ୍ୟାନକୁ ବି ଦେଖାଯାଇଥାଏ। ଏଥିରେ ତିନି ବର୍ଷର ହାରାହାରି ତଥ୍ୟକୁ ଆଧାର କରି ଖୁସିକୁ ୦ ରୁ ୧୦ ପର୍ଯ୍ୟନ୍ତ ନମ୍ବର ଦିଆଯାଇଥାଏ। ଲୋକଙ୍କ ଭାବନାର ତୁଳନା କରିବା ପାଇଁ ସୋସିଆଲ ମଡିଆରୁ ତଥ୍ୟ ମଧ୍ୟ ନିଆଯାଇଛି।

ସମ୍ବନ୍ଧିତ ଖବର