ବୋଷ୍ଟନ୍‌ ନିକଟ ଏକାଧିକ ଆମେରିକୀୟ ସହରରେ ଅଗ୍ନିକାଣ୍ଡ ଓ ବିସ୍ଫୋରଣ

ନ୍ୟୁୟର୍କ: ଗୁରୁବାର ଦିନ ବହୁ ସ୍ଥାନରେ ଅଗ୍ନିକାଣ୍ଡ ଏବଂ ସନ୍ଦିଗ୍ଧ ଗ୍ୟାସ୍‌ ବିସ୍ଫୋରଣ ହେବା କାରଣରୁ ବୋଷ୍ଟନ୍‌ର ଉତ୍ତର ଦିଗରେ ଥିବା ଆମେରିକୀୟ ନଗରୀଗୁଡ଼ିକରୁ ଗଣସ୍ଥାନାନ୍ତର ଚାଲିଛି। ଏଥିଯୋଗୁଁ ଆହତ ହୋଇଥିବା ଅନ୍ୟୂନ ୧୦ ଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସାଙ୍ଘାତିକ ରହିଛି।

ମାସାଚ୍ୟୁସେଟ୍‌ ଷ୍ଟେଟ୍‌ ପୁଲିସ କହିଛି ଯେ ପୂର୍ବ ଉପକୂଳ ସହର ଲରେନ୍‌ସ୍‌, ଆଣ୍ଡୋଭର୍‌ ଏବଂ ନର୍ଥ ଅଣ୍ଡୋଭର୍‌ ସମେତ ବ୍ୟାପକ ଅଞ୍ଚଳରୁ ସେମାନେ ୭୦ଟି ଅଗ୍ନିକାଣ୍ଡ, ବିସ୍ଫୋରଣ ଏବଂ ଗ୍ୟାସ୍‌ ବାସ୍ନାର ଖବର ପାଇଛନ୍ତି।

ଗ୍ୟାସ୍‌ ଲାଇନ୍‌ଗୁଡ଼ିକ ଡିପ୍ରେସରାଇଜ୍‌ କରାଯାଉଛି ଏବଂ ଏଥିପାଇଁ କିଛି ସମୟ ଲାଗିବ ବୋଲି ପୁଲିସ୍‌ ଟୁଇଟ୍‌ କରିଛି।

ଗ୍ୟାସ୍‌ ବାସ୍ନା ଆସୁଥିବା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହାର କାରଣ କିଛି ଜଣାପଡ଼ିନାହିଁ। ପରିସ୍ଥିତିରେ ସ୍ତିରତା ଆସିଲେ ମିଳିତ ତଦନ୍ତ ଆରମ୍ଭ କରାଯିବ।

ଶୁକ୍ରବାର ଦିନ ଲରେନ୍‌ସ୍‌ ଅଞ୍ଚଳର ସ୍କୁଲ୍‌ ସବୁ ବନ୍ଦ ରଖାଯାଇ ସେଠାରେ ସ୍ଥାନାନ୍ତରିତ ଲୋକମାନଙ୍କ ନିମନ୍ତେ ଆଶ୍ରୟସ୍ଥଳ ଖୋଲିଛି ରେଡ୍‌ କ୍ରସ୍‌।

ସମ୍ବନ୍ଧିତ ଖବର