ବିହାର: ମତଦାନ ବେଳେ ଜହାନାବାଦ ବିଧାନସଭାର ଏକ ବୁଥ ନିକଟରେ ୧୨ ରାଉଣ୍ଡ ଗୁଳିଚାଳନା

ଜହାନାବାଦ: ବିହାରର ଏକ ଲୋକସଭା ଆସନ ଅରରିଆ ଏବଂ ଜହାନାବାଦ ଓ ଭାଭୁଆ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ରବିବାର ମତଦାନ ଜାରି ରହିଥିବା ବେଳେ ଏକ ବୁଥ ନିକଟରେ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଜହାନାବାଦ ବିଧାନସଭାର ୯୪ ନମ୍ବର ବୁଥ ନିକଟରେ ଜଣେ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଛି।

୯୪ ନମ୍ବର ବୁଥ ନିକଟରେ ଦୁର୍ବୃତ୍ତ ଜଣକ ଆଖିବୁଜି ଗୁଳି କରିଥିଲା। କିନ୍ତୁ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ। ମତଦାନ ପ୍ରକ୍ରିୟା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଜହାନାବାଦର ଉତ୍ତର ପଟ୍ଟି ଗାଁରେ ଏହି ଘଟଣା ଘଟିଛି। ଘଟଣା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପି ଘଟଣାସ୍ଥଳକୁ ପହଞ୍ଚିଛନ୍ତି।

ଜହାନାବାଦର ଶକୁରାବାଦ ଥାନା ଅଧିକାରୀ କହିଛନ୍ତି ଦୁର୍ଘଟଣା ବଢ଼ାଇବା ଉଦ୍ଦେଶ୍ୟ ନେଇ ଏହି ଗୁଳିକାଣ୍ଡ ହୋଇଛି। ଘଟଣା ପରେ ଗୁଳିକାଣ୍ଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଛି। ପୁଲିସ ଏକ ବାଇକ ଜବତ କରିଛି ବିଆର୍‌୨୫, ୪୦୨୯ ନମ୍ବର ବାଇକ୍‌ ବାବଦରେ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର