ଦୁଇ ଦଶନ୍ଧି ପରେ ପ୍ରଥମ: ଲସ୍କର ଆତଙ୍କବାଦୀର ଶବ ଗ୍ରହଣ କଲା ପାକିସ୍ତାନ ସେନା

ଜମ୍ମୁ  : ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାକିସ୍ତାନ ସେନା ଜଣେ ତାଲିମପ୍ରାପ୍ତ ଏଲ୍‌ଇଟି (ଲସ୍କର-ଏ-ତୋଇବା) ଆତଙ୍କବାଦୀର ଶବକୁ ଗ୍ରହଣ କରିଛି। ଅଗଷ୍ଟ ୨୧ ତାରିଖରେ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ସ୍ଥିତ ଏଲ୍‌ଓସି (ନିୟନ୍ତ୍ରଣ ରେଖା)ରେ ଜଣେ ଏଲ୍‌ଇଟି ଆତଙ୍କବାଦୀକୁ ଭାରତୀୟ ସୁରକ୍ଷାକର୍ମୀ ଜୀବିତ ଧରିଥିଲେ। ଏଲ୍‌ଓସି ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ‌ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଏହି ଆତଙ୍କବାଦୀ ଆହତ ହୋଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଉକ୍ତ ଆତଙ୍କବାଦୀର ନାମ ତବାରକ ହୁସେନ। ବୟସ ୩୨। ‌ସେ ପିଓକେର ସବ୍‌ଜାକୋଟ ବାସିନ୍ଦା। ତା’ ମୃତ୍ୟୁର ୨ ଦିନ ପରେ ପାକିସ୍ତାନ ସେନାକୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର