ଶୁଣାଣି ଲାଗି ବାରମ୍ବାର ଅଦାଲତ ଆସି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜ ଗିଲାନୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଗିଲାନୀଙ୍କ ପୁଅ କାସିମ ଗିଲାନୀ ଗତ ଶନିବାର ଟୁଇଟ କରି ବାପା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଥିଲେ। ଏହାପୂର୍ବରୁ ଏହି ମାରାତ୍ମକ କରୋନା ଭାଇରସରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଆବାସୀ ଓ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରସିଦ ଅହମଦ ସଂକ୍ରମିତ ହୋଇଥିଲେ।

Former Pak PM Yusuf Raza Gilani tests positive for Covid-19 ...
Hindustan Times

ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ସଂକ୍ରମିତ ଥିବା ଖବର ପାଇବା ପରେ ପିପିଇର ସଂସଦୀୟ ଦଳ ନେତା ଶେରୀ ରେହମାନ୍‌ ଟୁଇଟ କରି ଗିଲାନୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଲେଖିଛନ୍ତି, ଗିଲାନୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ଖବର ପାଇ ମୁଁ ବହୁତ ଦୁଃଖିତ। ଶୁଣାଣି ବେଳେ ହାଜର ହୋଇ ସେ କରୋନା ସଂକ୍ରମିତ ହୋଇଛନ୍ତି। ମୁଁ ପ୍ରାର୍ଥନା କରୁଛି କି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜ ଗିଲାନୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବାରମ୍ବାର ଶୁଣାଣି ପାଇଁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋରେ ହାଜର ହେଉଥିଲେ। ଗତ ଗୁରୁବାର ବି ସେ ରାଓ୍ଵଲପିଣ୍ଡିରେ ଏନ୍‌ଏବି ଅଦାଲତରେ ହାଜର ହୋଇଥିଲେ। ହାଜର ହେବା ପୂର୍ବରୁ ସେ ଏନ୍‌ଏବିର ବିଚାରପତିଙ୍କୁ ଅନୁରୋଧ କରିଥିଲେ କି, ‘ଏଠାରେ କିଛି ଆଇନଜୀବୀ କରୋନା ଭାଇରସ୍‌ ସଂକ୍ରମିତ ଥିବା ସେ ସୂଚନା ପାଇଛନ୍ତି। ସେଥିପାଇଁ ଅଦାଲତରେ ବ୍ୟକ୍ତିଗତ ଉପସ୍ଥିତିରୁ ତାଙ୍କୁ  ଛାଡ଼ କରାଯାଉ।’

Former Pakistan PM Yusuf Raza Gilani tests positive for Covid-19
Livemint

ପାକିସ୍ତାନରେ ଗତ ଫେବ୍ରୁଆରି ୨୬ ତାରିଖରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୨ହଜାର ୪୦୫ରେ ପହଞ୍ଚିଥିବା ବେଳେ ଏଥିରେ ୨୫୫୧ଲୋକଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୫୦,୦୦୦ରୁ ଅଧିକ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର