ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାଇଁ ମ୍ୟୁଜିୟମ ସ୍ଥାପନ ହେବ

ନୂଆଦିଲ୍ଲୀ: ଦେଶର ସମସ୍ତ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଲ୍ଲୀରେ ଆଧୁନିକ ମ୍ୟୁଜିୟମ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ କହିଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ କଥା ଲୋକଙ୍କୁ ଜଣାଇବା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁଁ ଆମନ୍ତ୍ରଣ କରିବି ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଥମ ଥର ପାଇଁ ୧୯୭୭ରେ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭେଟିଥି‌ଲି। ସେହି ସମୟରେ ଭୈରୋ ସିଂହ ଶେଖାୱତଙ୍କ ସହିତ ମୁଁ ଯାତ୍ରା କରୁଥିଲି। ଭିନ୍ନ ଭିନ୍ନ ରାଜନୈତିକ ବିଚାରଧାରା ସତ୍ତ୍ବେ ନେତାଙ୍କ ମଧ୍ୟରେ ସେତେବେଳେ ଘନିଷ୍ଠତା ରହିଥିଲା ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର