ଏଣିକି ସେନା ଅଧିକାରୀଙ୍କୁ ପୁଣି ଥରେ ମିଳିବ ମାଗଣାରେ ରାସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯୁଦ୍ଧକ୍ଷେତ୍ରରେ କାଯ୍ୟରତ ନ ଥିବା ଓ ଶାନ୍ତି ଥିବା ଅଂଚଳରେ ମୁତୟନ ଥିବା ସେନା ଅଧିକାରୀଙ୍କୁ ପୁଣି ଥରେ ମାଗଣାରେ ରାସନ ଯୋଗାଇ ଦେବା ନେଇ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଏନେଇ  ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ସରକାର ୨୦୧୭ରେ ଏହି ସୁବିଧାକୁ ବନ୍ଦ କରି ଦେଇଥିଲେ। ଏହି କାରଣରୁ ସେନା ଅଧିକାରୀଙ୍କୁ ଏକ ନିଶ୍ଚିତ ରାଶି ଦେବା ମଧ୍ୟ ଆରମ୍ଭ କରା ଯାଇଥିଲା।

ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହିଛନ୍ତି କି, ଭାରତ ସରକାର ଶାନ୍ତି ବିରାଜମାନ କରୁଥିବା କ୍ଷେତ୍ରରେ ମୁତୟନ ଥିବା ସେନା ଅଧିକାରୀଙ୍କୁ ମାଗଣାରେ ରାସନ ଦେବାକୁ  ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରି ଦେଇ ଦେଇଛନ୍ତି। ତେବେ ମାଗଣା ରାସନ ଦେବା ବ୍ୟବସ୍ଥା ଶେଷ କରିବା ନିଷ୍ପତ୍ତିକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର