ଅନ୍ୟୂନ ଜଣେ ପୁରୁଷକୁ ବନ୍ଧ୍ୟା କରାଅ ନଚେତ ଚାକିରି ହରାଇବ: ପୁରୁଷ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କମଳନାଥ ସରକାରଙ୍କ ଚେତାବନୀ

ଭୋପାଳ: ମାର୍ଚ ଶେଷ ସୁଦ୍ଧା ଅନ୍ୟୂନ ଜଣେ ପୁରୁଷକୁ ବନ୍ଧ୍ୟା ନ କରାଇଲେ ମଧ୍ୟପ୍ରଦେଶର ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ଚାକିରି ହରାଇବେ। ମଧ୍ୟପ୍ରଦେଶର କମଳନାଥ ସରକାର ପୁରୁଷ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏ ଭଳି ଚେତବନୀ ଦେଇଛନ୍ତି।

୨୦୧୯-୨୦ ବର୍ଷର ବନ୍ଧ୍ୟାକରଣ ଲକ୍ଷ୍ୟ ହାସଲ ନିମନ୍ତେ ଫେବ୍ରୁଆରି ୧୧ ତାରିଖ ଦିନ ମଧ୍ୟ ପ୍ରଦେଶର ନ୍ୟାସନାଲ୍‌ ହେଲ୍‌ଥ୍‌ ମିସନ୍‌ ଏକ ସର୍କ୍ୟୁଲାର୍‌ ଜାରି କରିଛି। ପରିବାର ନିୟୋଜନରେ ପୁରୁଷମାନଙ୍କର ଯୋଗଦାନ ବଢ଼ାଇବା ଲକ୍ଷ୍ୟରେ ଏ ଭଳି ବିଜ୍ଞପ୍ତି ଜାରି ହୋଇଥିବା ଅନୁମାନ କରାଯାଉଛି।

ମଧ୍ୟପ୍ରଦେଶରେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ହ୍ରାସ ପାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଏ ଭଳି ଆଦେଶ ଦେଇଛନ୍ତି। ଯଦି ସେମାନେ ବର୍ଷ ୨୦୧୯-୨୧ ସୁଦ୍ଧା ଅନ୍ୟୂନ ଜଣେ ପୁରୁଷକୁ ବନ୍ଧ୍ୟା ନ କରାଇପାରନ୍ତି, ତେବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାକୁ ବାଧ୍ୟ ହେବେ। ନଚେତ ସେମାନଙ୍କ ଦରମା ବନ୍ଦ କରାଯିବ।

Image Source The Pioneer

ଯେଉଁ ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ କୌଣସି ପୁରୁଷକୁ ବନ୍ଧ୍ୟା କରାଇପାରି ନାହାନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ଏନ୍‌ଏଚ୍‌ଏମ୍‌ ଶୀର୍ଷ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି। ପରିବାର କଲ୍ୟାଣ ଯୋଜନା ଅନୁସାରେ, ପ୍ରତି ସ୍ୱାସ୍ଥ୍ୟକର୍ମୀ ବର୍ଷକୁ ୫-୧୦ ଜଣ ପୁରୁଷଙ୍କୁ ବନ୍ଧ୍ୟାକରଣ କରାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର