ବିମାନ ମଧ୍ୟରେ ଅନ୍ୟ ମହିଳାଙ୍କୁ ଦେଖିବା ମହଙ୍ଗା ପଡ଼ିଲା, ପ୍ରେମିକ ମୁଣ୍ଡକୁ ଲାପ୍‌ଟପ୍‌ରେ ନିସ୍ତୁକ ପିଟିଲେ ମହିଳା, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ…

ନୂଆଦିଲ୍ଲୀ : ଆମେରିକାର ଏକ ବିମାନ ମଧ୍ୟରେ ଜଣେ ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ମହିଳାଙ୍କୁ ଦେଖୁଥିବାରୁ ପ୍ରେମିକା ରାଗି ଯାଇ ପ୍ରେମିକକୁ ବସିଥିବା ସିଟ୍‌ରୁ ପିଟି ପିଟି ବାହାରକୁ ଆଣିଥିଲେ । ଏହା ସହ ଧରିଥିବା ଲାପ୍‌ଟପ୍‌ରେ ସେ ନିଜ ପ୍ରେମିକର ମୁଣ୍ଡକୁ ପିଟିଦେବା ଘଟଣା ଉପସ୍ଥିତ ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାଗି ଯାଇଥିବା ମହିଳାଙ୍କୁ ଶାନ୍ତ କରିବା ପାଇଁ ବିମାନର କ୍ର୍ୟୁ ମେମ୍ବର ଚେଷ୍ଟା କରିଥିଲେ ମଧ୍ୟ ମହିଳାଜଣଙ୍କ ଶାନ୍ତ ହୋଇ ନଥିଲେ ।

ମିଳିଥିବା ସୂଚନା ମୁତାବକ, ମିୟାମୀରୁ ଲସ୍‌ ଆଞ୍ଜେଲସ୍‌ ଅଭିମୁଖେ ଯାଉଥିବା ବିମାନ ମଧ୍ୟରେ ଏଭଳି ଘଟଣା ଘଟିଥିଲା । ମହିଳାଙ୍କୁ ଶାନ୍ତ କରାଇବା ସହ ଝଗଡ଼ା ନ କରିବାକୁ କୁହାଯାଇଥିଲେ ମଧ୍ୟ ମହିଳା କାହା କଥା ଶୁଣି ନଥିଲେ । ପ୍ରେମିକଙ୍କୁ ସିଟ୍‌ରୁ ପିଟି ପିଟି ବାହାରକୁ ନେଇଥିଲେ । ଦୁହିଁଙ୍କୁ ଏଭଳି ଝଗଡ଼ା କରୁଥିବା ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ପରିସ୍ଥିତି ଦେଖି ବିମାନର କ୍ର୍ୟୁ ମେମ୍ବର ଦୁହିଁଁଙ୍କୁ ବିମାନରୁ ବାହାର କରି ଦେଇଥିଲେ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଲକ୍ଷ ଲୋକ ଭିଡିଓକୁ ଦେଖି ସାରିଲେଣି ।

ସମ୍ବନ୍ଧିତ ଖବର