ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସା ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୦ ମସିହାରେ ଜମ୍ମୁ -କଶ୍ମୀର ବାରାମୁଲାର ଗାନି ହାମାମ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଗୁଲାମ ନବୀ ଶେଖଙ୍କ ପୁଅ ସୌକତ ଓରଫ ସୌକତ ମୋଚି ବର୍ତ୍ତମାନ ପାକିସ୍ତାନରେ ଅବସ୍ଥାପିତ ଅଛି।
ତେବେ, ସୌକତ ଉତ୍ତର କଶ୍ମୀରରେ ରହିଥିବା ତା’ର ନେଟୱାର୍କକୁ ବ୍ୟବହାର କରି ଦେଶ ମଧ୍ୟକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ନିଯୁକ୍ତି ଏବଂ ଆତଙ୍କବାଦୀ ଆକ୍ରମଣର କାର୍ଯ୍ୟକାରିତାରେ ନିଜର ସମ୍ପୃକ୍ତି ରଖିଛି ବୋଲି ଅଭିଯୋଗ ହୋଇଛି।
ବେଆଇନ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ, ୧୯୬୭ର ଧାରା ୩୫ର ଧାରା (କ) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାର ବ୍ୟବହାର କରି ମଙ୍ଗଳବାର ଜାରି ହୋଇଥିବା ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ବିଜ୍ଞପ୍ତିରେ କୁହାଯାଇଛି, କେନ୍ଦ୍ର ସରକାର ସୌକତ ଅହମ୍ମଦ ଶେକକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି।
ବିଜ୍ଞପ୍ତିରେ କୁହାଯାଇଛି, କେନ୍ଦ୍ର ସରକାର ବିଶ୍ୱାସ କରନ୍ତି ଯେ ସୌକତ ଅହମ୍ମଦ ଶେଖ ଓରଫ ସୌକତ ମୋଚି ଆତଙ୍କବାଦରେ ଜଡିତ ଏବଂ ତାକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଭାବରେ ସୂଚିତ କରାଯିବ। ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ବ୍ୟକ୍ତି ଏବଂ ସଙ୍ଗଠନର କିଛି ବେଆଇନ କାର୍ଯ୍ୟକଳାପକୁ ଅଧିକ ପ୍ରଭାବଶାଳୀ ଭାବରେ ରୋକିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (୧୯୬୭ର ୩୭) ପ୍ରଣୟନ କରାଯାଇଛି।