ପଟେଲଙ୍କ ପରି ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣ କର : ସରକାରଙ୍କୁ ଆରଏସଏସର ଆହ୍ଵାନ

ନୂଆଦିଲ୍ଲୀ : ପୂର୍ବତନ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଆଜି ପୁଣିଥରେ ରାମମନ୍ଦିର କଥା ଉଠାଇଛି ଆରଏସଏସ । ଆଜି ପ୍ରଧାନମନ୍ତ୍ରୀ ମୋଦି ପଟେଲଙ୍କ ବୃହତ୍ତମ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିବାବେଳେ ପଟେଲଙ୍କ ପରି ଦୃଢ କାମ କରିବାକୁ ଆରଏସଏସ ଯୁଗ୍ମ ମହାସଚବ ମନମୋହନ ବୈଦ୍ୟ କହିଛନ୍ତି । ସେ କହିଛନ୍ତି ଯେ ପଟେଲ ଏକ ଆଇନ ପ୍ରଣୟନ କରି ଗୁଜୁରାଟର ସୋମନାଥ ମନ୍ଦିର ନିର୍ମାଣ କରିଥିଲେ । ଠିକ ସେହିପରି ତାଙ୍କୁ ଅନୁସରଣ କରି ମୋଦି ସରକାର ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରନ୍ତୁ ବୋଲୁ ସେ ଆହ୍ଵାନ ଜଣାଇଛନ୍ତି । ପୂର୍ବରୁ ଆରଏସଏସର ବିଜୟା ଦଶମୀ ଉତ୍ସବରେ ମଧ୍ୟ ଆରଏସଏସ ମୁଖ୍ୟ ରାମ ମନ୍ଦିର ନିର୍ମାଣ କଥା ଉଠାଇଥିଲେ । ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ନ୍ୟାୟ ପ୍ରଦାନ ବିଳମ୍ବିତ ହେବା ଅନ୍ୟାୟ ହେବା ସହ ସମାନ । ଗତ ସୋମବାର ଦିନ ସୁପ୍ରିମକୋର୍ଟ ରାମଜନ୍ମଭୂମି-ବାବରୀ ମସଜିଦ ଜମି ବିବାଦ ଶୁଣାଣିକୁ ଜାନୁୟାରୀମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ।

ସମ୍ବନ୍ଧିତ ଖବର