୫୦୦ ଶରଣାର୍ଥୀ ଥିବା ବୋଟକୁ ଉଦ୍ଧାରକଲା ଗ୍ରୀସ ନୌସେନା

ଏଥେନ୍ସ : ୫୦୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଗ୍ରୀସ ଆଡ଼କୁ ଆସୁଥିବା ଏକ  ବୋଟ୍ ଖରାପ ପାଗ ଓ ଇଂଜିନ ଖରାପ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା । ପରେ ଜରୁରୀ ସୂଚନା ପାଇଁ ଗ୍ରୀସ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଗ୍ରୀସ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟ-ଏସିଆ କିମ୍ବା ଆଫ୍ରିକାରୁ ପ୍ରାୟ ୫୦୦ ଶରଣାର୍ଥୀଙ୍କୁ ନେଇ ଏହି ବୋଟ୍ ଆସୁଥିବାବେଳେ ଦକ୍ଷିଣ ଗ୍ରୀସର କ୍ରେଟେ ଦ୍ବୀପ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇଥିଲା ଓ ସମୁଦ୍ରରେ ଏଣେତେଣେ ଭାସୁଥିଲା । ବୋଟରେ ଥିବା ଲୋକମାନଙ୍କଠାରୁ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଗ୍ରୀସର କୋଷ୍ଟଗାର୍ଡ ଓ ନୌସେନା ପକ୍ଷରୁ ଏକ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଜରୁରୀକାଳୀନ  ବାର୍ତ୍ତା ଦେଇଥିବା ବ୍ୟକ୍ତି କହିଥିଲା ଯେ ବୋଟରେ ୪ ଶହରୁ ୫ ଶହ ଲୋକ ଅଛନ୍ତି ।

ଏହି ଉଦ୍ଧାର କାମରେ ଗ୍ରୀସ ନୌସେନାର ଏକ ଜାହାଜ, ଦୁଇଟି ମାଛଧରା ଜାହାଜକୁ ନିୟୋଜିତ କରାଯାଇଥିଲା । ଗତ ରାତିରୁ ଉଦ୍ଧାରକାମ ଆରମ୍ଭ ହୋଇଥିଲେ ବି ଖରାପ ପାଗ ଓ ପବନର ବେଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା ।

କେଉଁ ଦେଶରୁ ଏସବୁ ଶରଣାର୍ଥୀ ଆସୁଥିଲେ, ତାହା ଗ୍ରୀସ ସରକାର ସ୍ପଷ୍ଟ କରି ନଥିଲେ ବି ଏକ ଗ୍ରୀକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେମାନେ ଲିବ୍ୟାରୁ ଆସୁଥିଲେ ।

ସମ୍ବନ୍ଧିତ ଖବର