ଲକଡାଉନ ଅବଧି ବଢ଼ିଲା : ରେଡ୍ ଜୋନ ପାଇଁ କ’ଣ ନିୟମ ରହିଛି ଜାଣନ୍ତୁ, ଲାଗୁ ହେବ ରାଜ୍ୟର ୩ ଜିଲ୍ଲାରେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି ।

ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ଏହା ପଛକୁ ରହିଛି ରେଡ ଜୋନ ଚିହ୍ନିତ ଅଞ୍ଚଳ ବା ଦେଶା  ହଟସ୍ପଟ ଜିଲ୍ଲା । ସମସ୍ତ ଜୋନରେ ଲାଗୁ କଟକଣା ବ୍ୟତୀତ ଏହି ଜିଲ୍ଲାଗୁଡ଼ିକରେ ନିମ୍ନ ଲିଖିତ ଗୁଡ଼ିକ ଉପରେ ନିଷେଧାଜ୍ଞା ରହିବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।

ଏହିଗୁଡ଼ିକ ବନ୍ଦ ରହିବ..

  • ସାଇକେଲ ରିକ୍ସା ଓ ଅଟୋରିକ୍ସା
  •  ଟାକ୍ସି ଓ କ୍ୟାବ ଆଗ୍ରିଗେଟର (ଓଲା, ଉବେର ଆଦି ସେବା)
  •  ଜିଲ୍ଲା ଭିତରେ ଓ ବାହାରକୁ ବସ ଚଳାଚଳ
  • ସେଲୁନ, ସ୍ପା, ଶିକ୍ଷାନୁଷ୍ଠାନ, ଧର୍ମ‌ାନୁଷ୍ଠାନ
  • ସପିଂ ମଲ, ସପିଂ କଂପ୍ଲେକ୍ସ ବନ୍ଦ ରହିବ ।

 ନିମ୍ନଲିଖିତ କେତେକ ସର୍ତ୍ତ ସହ ଏହି ସବୁ କାର୍ଯ୍ୟକୁ  ଅନୁମତି ଦିଆଯାଇଛି..

  • . ଅନୁମତିପ୍ରାପ୍ତ ଗାଡ଼ି ଚଳାଚଳ । ଚାରିଚକିଆ ଯାନରେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯାତ୍ରୀ । ଦୁଇଚକିଆ ଯାନରେ କେବଳ ଜଣେ ।
  • . ଗ୍ରାମାଞ୍ଚଳରେ ଶିଳ୍ପସଂସ୍ଥା ଚାଲିପାରିବ । ସହରାଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଶିଳ୍ପ ସଂସ୍ଥା, ଏସଇଜେଡରେ ଥିବା ସଂସ୍ଥା ଚାଲିପାରିବ ।
  • . କେବଳ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖି ନିର୍ମାଣ କାମ କରାଯାଇପାରିବ ।
  • . ଗୋଟିକିଆ ଦୋକାନ, ଆବାସିକ କଲୋନୀ ନିକଟରେ ଥିବା ଦୋକାନ ଚାଲିପାରିବ ।
  • . ଗ୍ରାମାଞ୍ଚଳରେ ସବୁ ଦୋକାନ ଚାଲିପାରିବ ।
  • . କେବଳ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଇ-କମର୍ସ କମ୍ପାନିଙ୍କୁ ଅନୁମତି
  • . ଘରୋଇ ଅଫିସ ଗୁଡ଼ିକ କେବଳ ୩୩ ପ୍ରତିଶତ କର୍ମଚାରୀ ରଖି କାମକରିବେ । ଅନ୍ୟମାନେ ଘରୁ କାମ କରିବେ ।
  • . ସରକାରୀ କାର୍ଯ୍ୟାଳୟ କ୍ଷେତ୍ରରେ ଉପ-ସଚିବ ପାହ୍ୟା କିମ୍ବା ଉପର ପାହ୍ୟାର ଅଧିକାରୀ ଅଫିସକୁ ଆସିପାରିବେ । ଅନ୍ୟକର୍ମଚାରୀଙ୍କ ମଧ୍ୟରୁ ୩୩ ପ୍ରତିଶତ ଆବଶ୍ୟକତା ଅନୁସାରେ ଆସିପାରିବେ । ତେବେ ପ୍ରତିରକ୍ଷା, ପୁଲିସ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ଏଫସିଆଇ, ଜେଲ, କଷ୍ଟମ୍ସ, ହୋମଗାର୍ଡ, ପୌରସେବା ଆଦି ଜରୁରୀ ଅଫିସ ପାଇଁ ଏହା ଲାଗୁ ହେବ ନାହିଁ ।
ସମ୍ବନ୍ଧିତ ଖବର