ବିଶ୍ବ ପରିବେଶ ଦିବସ ଅବସରରେ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ହରଦୀପ ସିଂ ପୁରୀ ‘ ବିଶ୍ବ ପରିବେଶ ଦିବସ’ ଅବସରରେ ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନ ପରିସରରେ ଏକାଧିକ ମାର୍ଗଦର୍ଶିକା ଜାରି କରିଛନ୍ତି। ‘ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ଜୈବ ବିବିଧତାର ସଂରକ୍ଷଣ’ ଶୀର୍ଷକ ଏହି କାର୍ଯ୍ୟକ୍ରମକୁ ଲାଇଭ ୱେବ୍‌କାଷ୍ଟ କରାଯାଇଥିଲା। ଏଥିରେ ମନ୍ତ୍ରାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର, ଯୁଗ୍ମ ସଚିବ ତଥା ସ୍ବଚ୍ଛ ଭାରତ ମିଶନ–ସହରାଂଚଳର ଜାତୀୟ ମିଶନ ନିେର୍ଦ୍ଦଶକ ଭି.କେ ଜିନ୍ଦଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ସୂଚନା ଅନୁସାରେ, ନଗରପାଳିକାରେ କଠିନ ବର୍ଜ୍ୟବସ୍ତୁ (ଏମଏସଡବ୍ଲ୍ୟୁ) ଲାଗି ସାମଗ୍ରୀ ପୁନଃପ୍ରାପ୍ତି ସୁବିଧା (ଏମଆରଏଫ); ବର୍ଜ୍ୟବସ୍ତୁ ପୂରଣ କ୍ଷେତ୍ରର ପୁନରୁଦ୍ଧାର ଉପରେ ମାର୍ଗଦଶିର୍କା ଏବଂ ଅନ୍‌ସାଇଟ ଓ ଅଫ୍‌ସାଇଟ ସିୱେଜ୍‌ ପରିଚାଳନା ପ୍ରଣାଳୀରେ ପରାମର୍ଶ ଦସ୍ତାବିଜ ଭଳି ତିନୋଟି ପ୍ରମୁଖ ମାର୍ଗଦର୍ଶିକା ଜାରି କରାଯାଇଛି।

ସମ୍ବନ୍ଧିତ ଖବର