ଅଧରାତିରେ ଗାଧୁଆ ଘରେ କୁମ୍ଭୀରକୁ ଦେଖି ଘର ଲୋକେ ଆତଙ୍କିତ

ଗୁଜୁରାଟ: ଜଣେ ବ୍ୟକ୍ତିଙ୍କ ଗାଧୁଆଘରୁ ଅଧରାତିରୁ ଅଦ୍ଭୁତ ଶବ୍ଦ ଆସିବାକୁ ଲାଗିଥିଲା। ଘରେ ଥିବା ଲୋକମାନେ ବିଲେଇ ଏଭଳି ଶବ୍ଦ କରୁଛି ବୋଲି ଭାବିଥିଲେ। ତେବେ ଭିତରେ କ’ଣ ଅଛି ବୋଲି କବାଟ ଖୋଲିଲା ବେଳକୁ ଗାଧୁଆଘର ଭିତରେ ଏକ କୁମ୍ଭୀର ଥିବା ଘରଲୋକେ ଦେଖିବାକୁ ପାଇଥିଲେ।

ଏହାପରେ ଘର ଭିତରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲ। ଘର ମାଲିକ ପାଢ଼ିୟାର କୁମ୍ଭୀରକୁ ଧରିବା ପାଇଁ ତୁରନ୍ତ ଓ୍ଵାଇଲ୍ଡ ଲାଇଫ୍‌ ଟ୍ରଷ୍ଟକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଓ୍ଵାଇଲ୍ଡ ଲାଇଫ୍‌ ଟ୍ରଷ୍ଟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁମ୍ଭୀରକୁ ଧରିବା ପାଇଁ କର୍ମଚାରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କାରଣ କୁମ୍ଭୀରଟି ଅନ୍ଧାରରେ ଥିବା ବେଳେ ଆକ୍ରମଣ ବି କରିବାକୁ ଲାଗିଥିଲା। ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଅପରେସନ୍‌ ପରେ ଓ୍ଵାଇଲ୍ଡ ଲାଇଫ୍‌ ରେସକ୍ୟୁ ଟ୍ରଷ୍ଟର କର୍ମଚାରୀ ମନୀଷ ବିସ୍ତ ଓ କୃଷ୍ଣା ନାୟାକବାଓ୍ଵାଡ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର