ନଇଁଲା ପାକିସ୍ତାନ : ପୁଣି ଗିରଫ ହେଲା ହାଫିଜ୍‌ ସଇଦ୍‌

ଇସଲାମାବାଦ୍: ଅନ୍ତର୍ଜାତୀୟ ସମୁଦାୟ ବିଶେଷକରି ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇ ପାକିସ୍ତାନ ପୁଣି ଥରେ କୁଖାତ ଆତଙ୍କବାଦୀ ତଥା ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫଜ୍‌ ସଇଦ୍‌କୁ ଗିରଫ କରିଛି । ସଇଦ୍‌ଙ୍କ ବିରୋଧରେ ପ୍ରଯ୍ୟାର୍ପ୍ତ ପ୍ରମାଣ ଅଭାବରୁ ପାକିସ୍ତାନର ଏକ କୋର୍ଟ ଗତ ସପ୍ତାହରେ ତାକୁ ନଜରବନ୍ଦୀରୁ ମୁକ୍ତ କରିଥିଲା । ପାକିସ୍ତାନ ସରକାର କୋର୍ଟରେ ସଇଦ ବିରୋଧରେ ଉପଯୁକ୍ତ ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଥିଲେ । ମୁକ୍ତ ହେବାପରେ ସଇଦ୍‌ ଭାରତବିରୋଧରେ ବିଷୋଦଗାର କରିବା ସହ କାଶ୍ମୀରକୁ ମୁକ୍ତ କରିବା ପାଇଁ ଲଢେଇ କରିବାକୁ ଆହ୍ଵାନ କରିଥିଲା ।

ତେବେ ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହାଫିଜ୍‌କୁ ପୁଣି ଗିରଫ ନ କଲେ ପରିଣତି ଭୋଗିବାକୁ ଆମେରିକାର ଧମକ ପରେ ବାଧ୍ୟ ହୋଇ ପାକିସ୍ତାନ ତାକୁ ପୁଣି ଗିରଫ କରିଛି ।

ଅନ୍ୟପକ୍ଷରେ ହାଫିଜ୍‌ ସଇଦକୁ ଗିରଫ କରିବା ପାକିସ୍ତାନର ଆଉ ଏକ ଛଳନା ବୋଲି କହିଛନ୍ତି ଭାରତୀୟ ରକ୍ଷା ବିଶେଷଜ୍ଞ । ତା’ ବିରୋଧରେ କଡା ପଦକ୍ଷେପ ନେବା ଲାଗି ପାକିସ୍ତାନର କୌଣସି ଇଚ୍ଛା ନାହିଁ । ଯଦି ପ୍ରକୃତରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି ସେ ତାକୁ ଭାରତକୁ ହସ୍ତାନ୍ତର କରୁ ବୋଲି ଉକ୍ତ ବିଶେଷଜ୍ଞ କହିଛନ୍ତି ।

ସମ୍ବନ୍ଧିତ ଖବର