ବିଜେପିରେ ଯୋଗଦେବେ କି ହାର୍ଦ୍ଦିକ ପଟେଲ? ଟ୍ଵିଟର ବାୟୋରୁ ହଟାଇଲେ କଂଗ୍ରେସକୁ

ଗାନ୍ଧୀନଗର: ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଛନ୍ତି ବୋଲି ଚର୍ଚ୍ଚା ଆଲୋଚନା ଚାଲିଛି।

ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲ ସୋମବାର ତାଙ୍କ ଟ୍ଵିିଟର ବାୟୋରୁ କଂଗ୍ରେସ ଦଳର ନାମ ହଟାଇ ଦେବା ପରେ ସେ କଂଗ୍ରେସ ଦଳ ଛାଡ଼ୁଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେ ଟ୍ଵିଟର ବାୟୋରୁ କଂଗ୍ରେସକୁ ହଟାଇ ଦେବା ସହ ଲେଖିଛନ୍ତି ଯେ ମୁଁ ଜଣେ ଗର୍ବିତ ଭାରତୀୟ ଦେଶଭକ୍ତ। ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତା। ଏକ ଉତ୍ତମ ଭାରତ ଗଠନ ପାଇଁ ପ୍ରତିବଦ୍ଧ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ଧରି କଂଗ୍ରେସ ଦଳର ଉଚ୍ଚ ନେତୃତ୍ୱ ସହ ଗୁଜୁରାଟର ପଟ୍ଟିଦାର ନେତା ତଥା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲଙ୍କ ମତାନ୍ତର ଆରମ୍ଭ ହୋଇଥିଲା। କଂଗ୍ରେସର ଦଳୀୟ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ ଗୁଜୁରାଟରେ କୌଣସି କାର୍ଯ୍ୟକ୍ରମ କରିବାକୁ କିମ୍ବା ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ କୌଣସି ସୁଯୋଗ ଦେଉ ନଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଏପରିକି ଏ ପ୍ରସଙ୍ଗରେ ମଧ୍ୟ ସେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ।

ସମ୍ବନ୍ଧିତ ଖବର