ହାଥରସ୍ ଗଣଦୁଷ୍କର୍ମ ଘଟଣା: ଅଧରାତିରେ ପୁଲିସ କାହାର ଶବସତ୍କାର କରିଥିଲା ତାହା ଜାଣିବା ପାଇଁ ଡିଏନଏ ପରୀକ୍ଷା ଦାବି କଲା ପରିବ‌ାର

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ଏବେ ଧୀରେ ଧୀରେ ନୂଆ ମୋଡ଼ ଆସିବାରେ ଲାଗିଛି। ଏବେ ପୀଡ଼ିତାଙ୍କ ପରିବାର ଲୋକ ଶବସତ୍କାର କରାଯାଇଥିବା ଅସ୍ଥିର ଡିଏନଏ ପରୀକ୍ଷା ପାଇଁ ଦାବି କରିବେ ବୋଲି ଖବର ସାମ୍ନାକୁ ଆସିଛି। ଅଧରାତିରେ ପୁଲିସ କାହାର ଶବସତ୍କାର କଲା? ସେ ଆମ ଝିଅ କି ଆଉ କିଏ ଥିଲା? ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ପରିବାର ଲୋକେ ଝିଅର ଅସ୍ଥିକୁ ଡିଏନଏ ପରୀକ୍ଷା ପାଇଁ ପଠାଇବେ ବୋଲି କହିଛନ୍ତି।

ଏହି ସମୟରେ, ଏହି ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟି ଟିମ୍ ଆଜି ପୁନର୍ବାର ହାଥରସରେ ଥିବା ପୀଡିତାଙ୍କ ଗାଁକୁ ଯିବ ବୋଲି ଜଣା ପଡ଼ିଛି। ଏଠାରେ ଏସଆଇଟି ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ। ଶନିବାର ବିଳମ୍ବିତ ରାତିରେ ଯେତେବେଳେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ, ସେତେବେଳେ ମଧ୍ୟ ଏସଆଇଟି ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ।

हाथरस के पीड़ित परिवार ने अस्थियों के DNA जांच की मांग की है (फोटो-पीटीआई)
aajtak

ଯଦିଓ ଯୋଗୀ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହି ମାମଲାର ନ୍ୟାୟିକ ତଦନ୍ତ ଚାହୁଁଛନ୍ତି। ପୀଡ଼ିତାଙ୍କ ପରିବାର କହିଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟର ବିଚାରପତିଙ୍କଠାରୁ ଏହି ମାମଲାର ତଦନ୍ତ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର