ହାଥରସ୍ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ସହ କଥା ହୋଇଥିବା ନେଇ ଉତ୍ତରପ୍ରଦେଶ ପୁଲିସର ଅନୁସନ୍ଧାନକୁ ଖଣ୍ଡନ କଲେ ପୀଡ଼ିତଙ୍କ ଭାଇ

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶ ପୁଲିସ ଗୁଣଦୁଷ୍କର୍ମର ଶିକାର ହେବା ପରେ ମୃତ୍ୟୁ ହୋଇଥିବା ହାଥରସ ପୀଡିତାଙ୍କ ଘଟଣାରେ ତଦନ୍ତ ଜାରି ରଖିଛି। ଏହାରି ଭିତରେ ଉତ୍ତରପ୍ରଦେଶ ପୁଲିସ ଜାଣିବାକୁ ପାଇଥିଲା ଯେ ପୀଡ଼ିତାଙ୍କ ପରିବାର ଏବଂ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ମଧ୍ୟରେ ଫୋନରେ ଯୋଗାଯୋଗ ରହିଥିଲା। କେବଳ ଏତିକି ନୁହେଁ ପୀଡିତାଙ୍କ ପରିବାର ଏବଂ ସନ୍ଦୀପଙ୍କ ମଧ୍ୟରେ ଫୋନରେ ଯୋଗାଯୋଗ ଗତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଜଣାପଡ଼ିଥିଲା। ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ୧୦୪ଥର ଫୋନରେ କଥାବାର୍ତ୍ତା ହୋଇଥିବା ନେଇ ପୁଲିସ କହିବା ପରେ ଏହାକୁ ପୀଡ଼ିତାଙ୍କ ଭାଇ ଖଣ୍ଡନ କରିଛନ୍ତି।

Hathras victim's brother rejects UP Police findings after CDR links him to  accused
India Today

ପୀଡ଼ିତାଙ୍କ ଭାଇ ଜାତୀୟ ଗଣମାଧ୍ୟମକୁୁ କହିଛନ୍ତି ଯେ, “ମୁଁ ତାଙ୍କ ସହିତ କାହିଁକି କଥା ହେବି? ସେ ଆମ ଜାତିର ନୁହଁନ୍ତି। ଆମର ସମ୍ପର୍କୀୟ ନୁହଁନ୍ତି | ଆମେ କାହିଁକି କଥା ହେବୁ? ଆମେ କଥା ହୋଇନାହୁଁ ବୋଲି କହିଛନ୍ତି। ସୂଚନା ମୁତାବକ, ହାଥରସ ଘଟଣାରେ ୟୁପି ପୁଲିସ ଅଭିଯୁକ୍ତ ଏବଂ ପୀଡିତାଙ୍କ ପରିବାରର କଲ୍ ରେକର୍ଡ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି ଗତ ବର୍ଷ ଅକ୍ଟୋବର ୧୩ ରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଅଧିକାଂଶ କଲ ଚନ୍ଦପା ଅଞ୍ଚଳରୁ କରାଯାଇଛି। ଯାହା ପୀଡିତାଙ୍କ ଗାଁଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଥିଲା।

ଏଥିମଧ୍ୟରୁ ୬୨ ଟି କଲ ପୀଡିତା ପରିବାର କରିଥିବାବେଳେ ଅଭିଯୁକ୍ତ ସନ୍ଦୀପ ୪୨ଥର କଲ କରିଛି। ୟୁପି ପୁଲିସର ଯାଞ୍ଚରୁ ଜଣାପଡିଛି ଯେ ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତ ସନ୍ଦୀପଙ୍କ ମଧ୍ୟରେ ଫୋନରେ ନିୟମିତ କଥାବାର୍ତ୍ତା ଜାରି ରହିଥିଲା। ଅଭିଯୁକ୍ତ ସନ୍ଦୀପଙ୍କ ନିକଟକୁ ପୀଡିତାଙ୍କ ଭାଇଙ୍କ ତରଫରୁ ବି ୧୦୦ରୁ ଅଧିକ ଥର କଲ ଯାଇଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର