ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ମୃତକଙ୍କ ପରିବାରକୁ ତତ୍କାଳ ମିଳିବ ୨ ଲକ୍ଷ, ଆହତଙ୍କୁ ୫୦ ହଜାର

ନୂଆଦିଲ୍ଲୀ: ‘ହିଟ୍‌ ଆଣ୍ଡ୍‌ ରନ୍‌’ ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

କମିଟି ମୃତକଙ୍କ ପରିବାର ସଦସ୍ୟଙ୍କୁ ସଡ଼କ ସୁରକ୍ଷା ପାଣ୍ଠିରୁ ତତ୍କାଳ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବ। ଏ ସଂପର୍କରେ ମନ୍ତ୍ରାଳୟ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କମିଟି ଜିଲ୍ଲା ସ୍ତରରୁ ସଡ଼କ ଦୁର୍ଘଟଣା ସମ୍ବନ୍ଧିତ ମାମଲାଗୁଡ଼ିକର ଅନ୍‌ଲାଇନ ତଦାରଖ କରିବା ସହିତ ଜିଲ୍ଲା ସ୍ତରରେ ସଡ଼କ ସୁରକ୍ଷା ପାଣ୍ଠିର ବ୍ୟବସ୍ଥା କରାଯିବ। ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ପ୍ରତି ବର୍ଷ ୭୦ ହଜାରରୁ ଅଧିକ ହିଟ ଆଣ୍ଡ୍‌ ରନ୍‌ ମାମଲାରେ ପାଖାପାଖି ୨୯ ହଜାର ବ୍ୟକ୍ତି ପ୍ରାଣ ହରାଉଛନ୍ତି। ପ୍ରତି ଦିନ ହାରାହାରି ୭୮ ଜଣଙ୍କ ମୃତ୍ୟୁ ହେଉଛି। ପ୍ରାଣ ହରାଉଥିବା ଓ ଆହତ ବ୍ୟକ୍ତିମାନଙ୍କୁ ବୀମା କଂପାନି ଓ ସରକାରଙ୍କ ଦ୍ବାରା କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର