ମୁଷଳଧାରାରେ ବର୍ଷା ହେବା ଫଳରେ ବାପା,ମାଆ ଓ ପୁଅଙ୍କ ପ୍ରାଣହାନି

ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ୬୦ଜଣଙ୍କର ପ୍ରାଣହାନି ଆଶଙ୍କା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଗତ ୩ଦିନ ଧରି ମୁଷଳଧାରାରେ ବର୍ଷା ଲାଗି ରହିଥିବା ହେତୁ ଏଯାବତ୍ ୬୦ଜଣଙ୍କର ପ୍ରାଣହାନି ଘଟିଥିବାର ସୂଚନା ମିଳିଛି। ଏହି ବନ୍ୟା ଯୋଗୁଁ ଅଧିକସଂଖ୍ୟକ ମାଟି ଓ ଚାଳ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଏତଦ ବ୍ୟତୀତ ପୂର୍ବାଂଚଳରେ ଲଗାତାର ତିନି ଦିନ ଧରି ବର୍ଷା ହେବା ଫଳରେ ୧୬୦ରୁ ଅଧିକ ମାଟିଘର ଭାଙ୍ଗିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଅବଧ ଅଂଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଂଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଓ କାନପୁରରେ ଜଣଙ୍କର ଜୀବନ ଯାଇଛି । ଅପରପକ୍ଷେ ଲଗାତର ବର୍ଷାକୁ ଦେଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛି ।

image source pti

ଘଣ୍ଟାଧାର ଅଞ୍ଚଳରେ ରହୁଥିବା ସତୀଶ କେସରବାନୀ (୬୦) ଏକ କୋରିଅର କଂପାନିରେ କାମ କରନ୍ତି। ଗୋଟିଏ ଘରେ ସତୀଶ ,ତାଙ୍କ ପତ୍ନୀ ମଧୁ(୫୫) ଏବଂ ପୁଅ କିଶନ୍(୨୬୦ ରହନ୍ତି। ଗତ ରାତିରେ ପ୍ରବଳ ବର୍ଷା ହେବା ହେତୁ ତାଙ୍କ ଘର ଧସେଇଥିଲା। ଏହା ଫଳରେ ତିନିଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ପ୍ରୟାଗରାଜରେ ସବୁଠାରୁ ଅଧିକ ଆମେଠି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର