ଉତ୍ତରାଖଣ୍ଡ-ହିମାଚଳରେ ପ୍ରବଳ ବର୍ଷା: ୧୧ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ଜନଜୀବନ ପ୍ରଭାବିତ ହୋଇଛି। ଏହି ୨ ରାଜ୍ୟରେ ବର୍ଷା ଯୋଗୁଁ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡରେ ଅନେକ ଲୋକ ଏବେବି ନିଖୋଜ ଅଛନ୍ତି। ସେହିଭଳି ହିମାଚଳ ପ୍ରଦେଶରେ ବର୍ଷା ଲୋକଙ୍କର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି।

ଉତ୍ତରକାଶୀ ପ୍ରଶାସନ ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ୫ ଜଣ ଲୋକ ନିଖୋଜ ଥିବା ରିପୋର୍ଟ ହସ୍ତଗତ ହୋଇଛି। ଏସଡିଆରଏଫ ମକୋଡିରେ ଜଣେ ମହିଳା ଘର ଭିତରେ ଚାପି ହୋଇଯାଇଥିବା ଜଣାପଡ଼ିଛି।

ଯମୁନାନଗର ହଥନୀକୁଣ୍ଡ ବ୍ୟାରେଜରୁ ୫ ଲକ୍ଷ ୯୩ ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ସେହିପରି ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଯମୁନା ସହିତ ଅନ୍ୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ଉତ୍ତରାଞ୍ଚଳ ଓ ହିମାଚଳ ପ୍ରଦେଶ ବ୍ୟତୀତ ଜାତୀୟ ରାଜଧାନୀରେ ମଧ୍ୟ ରବିବାର ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଦିଲ୍ଲୀର ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି।

ସମ୍ବନ୍ଧିତ ଖବର