ନିଜ ସ୍ୱାମୀକୁ ଆଉ କାହା ସହ ବାଣ୍ଟିପାରିବ ନାହିଁ ଭାରତୀୟ ମହିଳା: ହାଇକୋର୍ଟ

ଆହ୍ଲାବାଦ: ଜଣେ ଭାରତୀୟ ମହିଳା ନିଜ ସ୍ୱାମୀଙ୍କୁ ଆଉ କାହା ସହ ବାଣ୍ଟିପାରିବ ନାହିଁ | ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ତାଙ୍କୁ ଅନ୍ୟ କାହା ସହ ବାଣ୍ଟିବାକୁ ସହି ପାରିବେ ନାହିଁ। ଜଷ୍ଟିସ ରାହୁଲ ଚତୁର୍ବେଦୀଙ୍କ ଖଣ୍ଡପୀଠ ଜଣେ ଅଭିଯୁକ୍ତ, ପତ୍ନୀଙ୍କ ଆତ୍ମହତ୍ୟା କରିବା ମାମଲାରେ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରିଥିଲେ। ନିମ୍ନ ଅଦାଲତ ପରେ ଏହାକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ସୁଶୀଲ କୁମାର ତୃତୀୟ ଥର ବିବାହ କରିଛନ୍ତି ଏବଂ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବାର ଏହା ହିଁ ଏକମାତ୍ର କାରଣ। କୋର୍ଟ କହିଛନ୍ତି ଯେ ଜଣେ ପତ୍ନୀଙ୍କ ପାଇଁ ତାଙ୍କ ସ୍ୱାମୀ ଗୁପ୍ତରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ତାଙ୍କ ଜୀବନକୁ ଶେଷ କରିବା ପାଇଁ ଯଥେଷ୍ଟ କାରଣ ହୋଇଥାଏ |

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପତ୍ନୀଟିଏ ନିଜ ସ୍ୱାମୀଙ୍କ ପ୍ରତି ପ୍ରକୃତରେ ସମ୍ବେଦନଶୀଳ ହୋଇଥାନ୍ତି । କୌଣସି ବିବାହିତ ମହିଳାଙ୍କ ପାଇଁ ଏହା ସବୁଠାରୁ ବଡ ଝଟକା ହୋଇଥାଏ, ଯେତେବେଳେ ତାଙ୍କ ସ୍ୱାମୀ ଆଉ କେଉଁ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି |

ସୂଚନା ମୁତାବକ ମୃତ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ବିରୋଧରେ ବାରାଣାସୀର ମାଣ୍ଡୁଆଡିହ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୀଡିତା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଓ ଶାଶୁ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ଅଭିଯୋଗ ଦେବାର କିଛି ଦିନ ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ | ପୁଲିସ ଏହି ଘଟଣାର ତଦନ୍ତ କରି ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ତେବେ ଅଭିଯୁକ୍ତ ଜଣକ ଏହି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ | ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି |

ସମ୍ବନ୍ଧିତ ଖବର