ବାଦଲ ଫଟା ବର୍ଷାରେ ଖେଳନା ପରି ବୋହିଗଲା ଅନେକଗାଡ଼ି ଓ ଘର

ନୂଆଦିଲ୍ଲୀ: ହିମାଞ୍ଚଳ ପ୍ରଦେଶର ଧର୍ମଶାଳାର ଭାଗସୁ ନାଗ ଗ୍ରାମରେ ବାଦଲ ଫଟା ବର୍ଷ ହେତୁ ହଠାତ ଚାରିଆଡେ ପାଣି ଭରି ଯାଇଥିଲା। କିଛି ସମୟ ମଧ୍ୟରେ ଲୋକଙ୍କ ଅନେକ କ୍ଷତି ହୋଇଥିଲା। ବର୍ଷା ପାଣିରେ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକ ଖେଳନା ଭଳି ଭାସି ଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି।

ବାଦଲ ଫଟା ବର୍ଷା ହେତୁ ନଦୀରେ ପାଣିସ୍ତର ହଠାତ ବୃଦ୍ଧି ପାଇ ଯାଇଥିଲା। ଏହାପରେ ସଙ୍ଗେସଙ୍ଗେ ନଦୀ ପାଖରେ ଥିବା ଗ୍ରାମଗୁଡ଼ିକୁ ସତର୍କ ଆଲର୍ଟ ଜାରି କରାଯାଇଥିଲା। ଜିଲ୍ଲାର ଅନେକ ରାସ୍ତା ଭୂସ୍ଖଳନ ହେତୁ ବନ୍ଦ ରହିଛି। ଏଥିସହିତ ହିମାଞ୍ଚଳରେ ପରିବାର ନିଗମର କିଛି ବସ ଫସି ରହିଛି। ଯାହାକୁ ବାହାର କରିବା ପାଇଁ ପ୍ରଶାସନ କାମ ଆରମ୍ଭ କରି ଦେଇଛି।

 

ତେବେ କୁହାଯାଉଛି କି ମୌସୁମୀ ପୁଣିଥରେ ଉତ୍ତରଭାରତରେ ସକ୍ରିୟ ହୋଇଛି। ଏହି କାରଣରୁ ଦେଶର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବର୍ଷା ସହିତ ବଜ୍ରପାତ ହେବାରୁ ୬୦ରୁ ଊର୍ଧ୍ବ ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।

 

ସମ୍ବନ୍ଧିତ ଖବର