ହିଜବୁଲ୍‌ ମୁଜାହିଦ୍ଦିନ୍‌ ମୁଖ୍ୟଙ୍କ ପୁଅକୁ ପଚରାଉଚରା ଲାଗି ଗିରଫ କଲା ଏନଆଇଏ

ଏନ୍‌ଆଇଏକୁ ବଡ଼ ସଫଳତା

ଶ୍ରୀନଗର :୨୦୧୧ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଅର୍ଥ ଯୋଗାଣ ମାମଲାରେ ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ମିଳିଛି ଏକ ବଡ଼ ସଫଳତା। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ମୁଖ୍ୟ ସୟଦ୍‌ ସଲାହୁଦ୍ଦିନଙ୍କ ପୁତ୍ର ସୟଦ୍‌ ସହିଦ୍‌ ୟୁସୁଫଙ୍କୁ ମଙ୍ଗଳବାର ଗିରଫ କରାଯାଇଛି।

ଗତ ଅକ୍ଟୋବର ୧୬ ତାରିଖରେ ୟୁସୁଫଙ୍କୁ ଏନ୍‌ଆଇଏ ପକ୍ଷରୁ ଏକ ସମନ ଜାରି କରାଯାଇଥିଲା। ଏହି ସମନରେ ଉଲ୍ଲେଖ କରାଯାଇଥିଲା କି ଅନୁସନ୍ଧାନରୁ ଜଣାଯାଇଛି କି ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାକିସ୍ତାନରୁ ଆସିଥିବା ଅର୍ଥ ବାବତରେ ତାଙ୍କ ପାଖରେ ସୂଚନା ରହିଛି। ଏଣୁ ଏହି ମାମଲା ସଂପର୍କିତ କିଛି ପ୍ରଶ୍ନର ଉତ୍ତର ସେ ଦେବା ଆବଶ୍ୟକ। ଏଣୁ ତାଙ୍କୁ ପୁଲିସ ପାଖରେ ହାଜର ହୋଇ ପ୍ରଶ୍ନର ଉତ୍ତର ଦେବାକୁ ହେବ।

୨୦୧୧ ମସିହାରେ ବିପୁଳ ପରିମାଣର ଅର୍ଥ ପାକିସ୍ତାନରୁ ହାଓ୍ଵାଲା ରାକେଟ୍‌ ଜରିଆରେ ଭାରତ ଆସିଥିଲା। ଏହି ଟଙ୍କା  ଆତଙ୍କବାଦୀ ସଂଗଠନ ଓ ଏହାର ସମର୍ଥକଙ୍କୁ ବିତରଣ କରାଯାଇଥିଲା। ଏହି ଟଙ୍କାକୁ ସେମାନେ ଜମ୍ମୁକାଶ୍ମୀରରେ ବିଛ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚଳାଇବାରେ ନିୟୋଜିତ କରିଥିଲେ।

ହିଜବୁଲ୍‌ ମୁଜାହିଦ୍ଦିନ୍‌ ମୁଖ୍ୟ ସୟଦ୍‌ ସଲାହୁଦ୍ଦିନଙ୍କ ତୃତୀୟ ପୁତ୍ର ସୟଦ୍‌ ସହିଦ୍‌ ୟୁସୁଫ ଜମ୍ମୁକାଶ୍ମୀର ସରକାରଙ୍କ ଅଧିନରେ କୃଷି ବିଭାଗରେ ଚାକିରି କରନ୍ତି। ସେ କୃଷିବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ରାଜ୍ୟ କୃଷି ବିଭାଗରେ ଚାକିରି ପାଇଥିଲେ।

ପୁଲିସ ଓ ସୁରକ୍ଷା ଏଜେନ୍ସିଙ୍କ ଅନୁସାରେ ୨୦୧୧ ମସିହାରେ ବିପୁଳ ପରିମାଣର ଅର୍ଥ ପାକିସ୍ତାନରୁ ହାଓ୍ଵାଲା ରାକେଟ୍‌ ଜରିଆରେ ଭାରତ ଆସିଥିଲା। ଏହି ଟଙ୍କା ଦିଲ୍ଲୀ ଦେଇ କାଶ୍ମୀର ଆସିବା ପରେ ଆତଙ୍କବାଦୀ ସଂଗଠନ ଓ ଏହାର ସମର୍ଥକଙ୍କୁ ବିତରଣ କରାଯାଇଥିଲା। ଏହି ଟଙ୍କାକୁ ସେମାନେ ଜମ୍ମୁକାଶ୍ମୀରରେ ବିଛ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚଳାଇବାରେ ନିୟୋଜିତ କରିଥିଲେ।

୨୦୧୧ ମସିହାରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ବିରୋଧରେ ଏହି ମାମଲା ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ଦାୟର କରିଥିଲା।

ସମ୍ବନ୍ଧିତ ଖବର