ଦିଲ୍ଳୀରୁ ସାନ୍‌-ଫ୍ରାନ୍‌ସିକୋ ଯାଉଥିବା ଏୟାର୍‌ ଇଣ୍ଡିଆ ବିମାନର ଦୁଆର ନିକଟରେ ଗର୍ତ୍ତ, ଉଡ଼ାଣ ରଦ୍ଦ

ନୂଆଦିଳ୍ଲୀ: ଦିଲ୍ଳୀରୁ ସାନ୍‌-ଫ୍ରାନ୍‌ସିକୋ ଯାଉଥିବା ଏୟାର୍‌ ଇଣ୍ଡିଆର ଏକ ବିମାନର ଉପର ଭାଗର ଡାହାଣ ପଟେ ସାମାନ୍ୟ ଗାତ ଦେଖା ଦେବାରୁ ବିମାନଟି ଅବତରଣ କରିବା ପରେ ତାହାର ଉଡ଼ାଣ ରଦ୍ଦ କରି ଦିଆଯାଇଛି। ଏକ ପ୍ରବେଶ ଦ୍ୱାର ପାଖାପାଖି ଏହି ଗାତ ଦେଖା ଯାଇଥିବାରୁ ରବିବାର ଦିଲ୍ଳୀରୁ ବାହାରିଥିବା ଏୟାର୍‌ ଇଣ୍ଡିଆର ବିମାନ ୧୮୩ ସାନ୍‌-ଫ୍ରାନସିକୋରେ ପହଞ୍ଚିବା ପରେ ତାହାର ଉଡ଼ାଣ ରଦ୍ଦ ହୋଇଛି। ବିମାନଟି ଅବତରଣ କରିବା ପରେ ତାହାକୁ ନୀରିକ୍ଷଣ କରିବା ସମୟରେ ବୋଇଂ ବି୭୭୭ ବିମାନଟିରେ ଗାତ ଦେଖିବାକୁ ମିଳିଥିଲା।

ଏହି ବିମାନଟିର ମରାମତି କରିବା ପାଇଁ କମ୍ପାନି ଆଞ୍ଚଳିକ ଏୟାର୍‌କ୍ରାଫ୍ଟ ମେଣ୍ଟେନାନ୍ସ ରିପ୍ୟାୟାର ଏଜେନ୍ସିକୁ ଡାକିଥିଲା। ସୁରକ୍ଷାର କଥା ଉଠିଲେ କମ୍ପାନିମାନଙ୍କୁ ଅତ୍ୟାବଶ୍ୟକ ସର୍ତକ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ବୋଇଂ ୭୩୭ ମାକ୍ସ ବିମାନର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ଭାରତ ସମେତ ଅନେକ ଦେଶରେ ଏହାର ଉଡ଼ାଣ ରଦ୍ଦ ହୋଇଛି।

ସମ୍ବନ୍ଧିତ ଖବର