ଭାରତ ଉପରେ ବାଲାକୋଟ୍ ଭଳି ଏୟାର ଷ୍ଟ୍ରାଇକ୍ କରିବା ପାଇଁ ଉଦ୍ୟମ କରିଥିଲା ପାକ୍ ବାୟୁସେନା; ହେଲେ ଉଦ୍ୟମ ବୃଥା ଯାଇଥିଲା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନ ମାଟିରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ର ଦିନକ ପରେ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନୀ ବାୟୁସେନା ଭାରତ ଉପରେ ସମାନ ଧରଣର ଏୟାର ଷ୍ଟ୍ରାଇକ କରି ପ୍ରତିଶୋଧ ନେବାକୁ ଉଦ୍ୟମ କରିଥିଲା, ହେଲେ ସଜାଗ୍ ଭାରତୀୟ ବାୟୁସେନା ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ବିଳମ୍ବରେ ହସ୍ତଗତ ହୋଇଥିବା ଏକ ତଥ୍ୟରୁ ଏହି ସୂଚନା ଏବେ ସାମନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ‘ଫେବ୍ରୁଆରି ୨୭ରେ ପାକ୍ ବାୟୁସେନା ଆମେରିକା ନିର୍ମିିତ ଏଫ୍-୧୬, ଫ୍ରାନ୍ସ ନିର୍ମିତ୍ ମିରାଜ୍-୩ଏସ୍ ଓ ଚୀନ୍ ନିର୍ମିତ ଜେଏଫ୍-୧୭ ପ୍ରଭୃତି ୨୦ରୁ ଅଧିକ ଲଢ଼ୁଆ ବିମାନ ଧରି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିଲା। ଲକ୍ଷ୍ୟ ଥିଲା ଜମ୍ମୁ- କଶ୍ମୀରରେ ଥିବା ଭାରତର ସାମରିକ ଘାଟୀ ଓ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକାଶ ମାର୍ଗରୁ ହାମ୍ଲା କରି ସେଗୁଡ଼ିକର ଧ୍ୱଂସ ସାଧନ କରିବା। ଏହି ଉଦ୍ଦେଶ୍ୟ ସାଧନ ପାଇଁ ପାକ୍ ଲଢ଼ୁଆ ବିମାନଗୁଡ଼ିକ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରି ୫୦ କିଲୋମିଟର ଦୂରତାରୁ ୩ଟି ଟାର୍ଗେଟ ଉପରେ ୧,୦୦୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଶକ୍ତିଶାଳୀ ୧୧ଏଚ୍-୪ ବୋମା ନିକ୍ଷେପ କରିଥିଲେ। ହେଲେ ଏସବୁ ବୋମା ଲକ୍ଷ୍ୟ ଭ୍ରଷ୍ଟ ହୋଇ ଯାଇଥିଲା’। ସରକାରୀ ସୂତ୍ରକୁ ଆଧାର କରି ଏହି ଖବର ପ୍ରକାଶ କରିଛି ଏଏନ୍ଆଇ।
From ANI WIRE: On Feb 27th, PAF fired 11 H-4 Bombs on Indian targets, missed all. Bombs were fired by Mirage-llls. Jets used by the PAF on that day were F-16s, JF-17s and Mirage-llls pic.twitter.com/bLvMOrYbIr
— ANI (@ANI) March 27, 2019
ଫ୍ରାନ୍ସ ନିର୍ମିତ୍ ମିରାଜ୍-୩ଏସ୍ ଲଢ଼ୁଆ ବିମାନରୁ ପାକ୍ ବାୟୁସେନା ଏହି ବୋମା ନିକ୍ଷେପ କରିଥିବା ବେଳେ ଆମେରିକା ନିର୍ମିିତ ଏଫ୍-୧୬ ଲଢ଼ୁଆ ବିମାନରୁ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଉପରମୁ ଏକାଧିକ ଏୟାର-ଟୁ- ଏୟାର ମିସାଇଲ୍ ନିକ୍ଷେପ କରିଥିବା ଏହି ସୂତ୍ରକୁ ଆଧାର କରି କହିଛି ଏଏନ୍ଆଇ।