ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫଟୋକୁ ମ୍ୟୁଜିୟମ୍ରୁ ହଟାଇଲା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍
ସିମ୍ଲା: ପୁଲଓ୍ଵାମା ଆକ୍ରମଣ ପରେ ସାରା ଦେଶ ପାକିସ୍ତାନ ଉପରେ ଗରମ ହୋଇ ରହିଥିବା ବେଳେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍(ଏଚ୍ପିସିଏ) ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ପଛାଇ ନାହିଁ। ଜାଣିବାକୁ ମିଳିଛି ଯେ ଧର୍ମଶାଳା ଷ୍ଟାଡିୟମ୍ରେ ଥିବା ମ୍ୟୁଜିୟମ୍ରେ ଲାଗିଥିବା ପାକିସ୍ତାନୀ କ୍ରିକେଟ୍ ଖେଳାଳିଙ୍କ ଫଟୋକୁ ଏଚ୍ପିସିଏ ବାହର କରି ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେମାନଙ୍କ ମଧ୍ୟରୁ ଅନ୍ୟତମ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଏଚ୍ପିସିଏର ସାଧାରଣ ପରିଚାଳକ ଏଚ୍ଏସ୍ ମନହାସ୍ କହିଛନ୍ତି, ‘ ଆମ ପଡ଼ୋଶୀ ଦେଶ ଯାହା ଆମ ସହ ଓ ଆମ ଯବାନମାନଙ୍କ ସହ କରିଛନ୍ତି ତାହା ଗ୍ରହଣୀୟ ନୁହେଁ। ଏବେ ନୁହେଁ କି କେବେ ନୁହେଁ। ଏପରି ଆଚରଣକୁ କୌଣସି ବି ଦେଶ ସହ୍ୟ କରିପାରିବ ନାହିଁ।’
ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ୫ ଦିନ ହୋଇଗଲାଣି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଘଟାଇଥିବା ଏହି ଆକ୍ରମରେ ୪୦ ଯବାନ ସହିଦ ହୋଇଛନ୍ତି। ୪୦ ବୀର ଯବାନଙ୍କୁ ଦେଶ ହରାଇବା ପରେ ବିଭିନ୍ନ ମହଲରୁ ଏବେ ପ୍ରତିବାଦର ସ୍ୱର ଉଠିଛି।