ପୁଲଓ୍ବାମା ଆକ୍ରମଣ ପାଇଁ ପ୍ରଥମେ ଫେବ୍ରୁଆରି ୯କୁ ବଛାଯାଇଥିଲା

ନୂଆଦିଲ୍ଲୀ : ଗତ ୧୪ ତାରିଖରେ ହୋଇଥିବା ପୁଲଓ୍ବାମା ଆକ୍ରମଣ ସଂପର୍କରେ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ମୂଳ ଯୋଜନା ଅନୁସାରେ ଏହି ଆକ୍ରମଣ ଫେବ୍ରୁଆରି ୯ରେ ହେବାର ଥିଲା । ଏହି ଦିନ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ଯୋଜନା କରିଥିବା ଜୈଶ ଇ ମୁହମ୍ମଦ ।

ପରେ ଏହାକୁ ୧୧ ତାରିଖରେ କରିବା ପାଇଁ ବିଚାର କରାଯାଇଥିଲା । ଏହି ଦିନ ନାସନାଲ ଲିବରେସନ ଫ୍ରଣ୍ଟର ପ୍ରତିଷ୍ଠାତା ମକବୁଲ ବଟର ମୃତ୍ୟୁବାର୍ଷିକି ଥିଲା । ତେବେ କାଶ୍ମୀରରେ ପ୍ରବଳ ବରଫପାତ କାରଣରୁ ଏହି ଦୁଇଦିନ ଏହା ସମ୍ଭବ ହୋଇନଥିଲା । ଏଣୁ ତାରିଖକୁ ୧୪କୁ ଘୁଞ୍ଚାଯାଇଥିଲା । ଏହି ଆକ୍ରମଣ କରିବା ପାଇଁ ୨୦ ବର୍ଷୀୟ ଆଦିଲ ଅହମଦ ଦରକୁ ଏସୟୁଭି ଗାଡ଼ି ଚାଳନା ତାଲିମ ଦିଆଯାଇଥିଲା । ମାସୁଦ ଅଜହରର ଭାଇ ଇବ୍ରାହିମ ଅଜହର ହିଁ ଆଦିଲକୁ ଏହି ଆତ୍ମଘାତି ଆକ୍ରମଣ ପାଇଁ ବାଛିଥିଲା । ଗତ ୨୦୧୮ରେ ଭାରତୀୟ ସେନାର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ମାସୁଦ ଅଜହରର ପୁତୁରା ଉସମାନର ବଦଲା ନେବା ପାଇଁ ଏହି ଆକ୍ରମଣ କରାଯାଇଥିଲା ।

ସମ୍ବନ୍ଧିତ ଖବର